ସେଭେନ୍‌ ହିଲସ୍‌ କୋଠା ଓ ଜମି ଆଟାଚ୍‌

ବ୍ରହ୍ମପୁର : ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରିବା ଶେଷରେ ମହଙ୍ଗା ପଡ଼ିଛି। କଟକ ସ୍ଥିତ କୋର୍ଟ ଅଫ୍‌ ଦି ରିକଭରି ଅଫିସ୍‌ ତଥା ରିକଭରି ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶ କ୍ରମେ ଆଜି ସେଭେନ୍‌ ହିଲ୍‌ସ ଆଇରନ୍‌ ଆଣ୍ଡ ଷ୍ଟିଲ ଲିମିଟେଡ୍‌ ସଂସ୍ଥାର ହିଲପାଟଣା ସ୍ଥିତ କୋଠା ଓ ଗୋଳନ୍ଥରା ନିକଟସ୍ଥ ଜମିରେ ନୋଟିସ୍‌ ମରାଯାଇଛି। ଆସନ୍ତା ଜୁନ୍‌ ୨୦ତାରିଖରେ ଇ-ଅକ୍ସନ୍‌ ଜରିଆରେ ଏହି କୋଠା ନିଲାମ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଏହା ସହିତ ସଂସ୍ଥା ନାଁରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହିଂଜିଳିପଲ୍ଲୀ ଓ ଦାସପୁରରେ ଥିବା ଜମି ମଧ୍ୟ ନିଲାମ ହେବ ବୋଲି ନୋଟିସ୍‌ ଜାରି କରାଯାଇଛି।

ସେଭେନ୍‌ ହିଲ୍‌ସ ସଂସ୍ଥା ତରଫରୁ ଗତ ୨୦୦୯ରୁ ୨୦୧୧ ମଧ୍ୟରେ ଜଗନ୍ନାଥପୁର ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ପ୍ରାୟ ୬କୋଟି ୯ଲକ୍ଷ ୯୨ହଜାର ଟଙ୍କା ଋଣ ନିଆଯାଇଥିଲା। ଋଣ ଟଙ୍କା ପରିଶୋଧ ପାଇଁ ବ୍ୟାଙ୍କ ତରଫରୁ ବାରମ୍ବାର ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ହୋଇଥିଲା।

ସମ୍ବନ୍ଧିତ ଖବର