୭ ନକ୍ସଲ ଗିରଫ

ମାଲକାନଗିରି :  ଆଜି ଛତିଶଗଡରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ସୁକମା ଜିଲ୍ଲା ପୋଲିସ ୬ ଜଣ ନକ୍ସଲକୁ ଗିରଫ କରିଥିବା ବେଳେ ନାରାୟଣପୁର ଜିଲ୍ଲାରୁ ଜଣେ ନକ୍ସଲଙ୍କୁ ଗିରଫ କରାଯାଇଛି।

ବିଶେଷ ସୂତ୍ରରୁ ଖବର ସୁକମା ଜିଲ୍ଲା ପୋଲିସ,ସିଆରପିଏଫ,ଏସଟିଏଫ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ସର୍ଚ ଅପରେସନ୍‌ ଚଳାଇଥିବା ବେଳେ ଏହି ୬ ଜଣ ନକ୍ସଲକୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ନକ୍ସଲମାନେ ହେଲେ ଡିକେଏମଏସ ସଦସ୍ୟ ପଡିଆମି ଜଗା,ମାଡବୀ ଦେବା,ମାଡକାମ ମୁୟା,ବଞ୍ଜାମ ନନ୍ଦା,ମାଡବି ଲଖା ଏବଂ ମାଡବି ଗଂଗା।ଏମାନେ ଚିନ୍ତାଗୁମ୍ଫା,ଦୋରନାପାଲ ଏବଂ ଫୁଲବଗଡି ଅଂଚଳରେ ବହୁ ହିଂସା ଘଟାଇଥିବା ପୋଲିସ କହିଛି। ରାସ୍ତା ଖୋଳିବା,ସୋଲାର ପ୍ଲେଟରେ ନିଆଁ ଲଗାଇବା,ପୋଲିସ ଉପରେ ଆକ୍ରମଣ କରିବା ଏବଂ ବୋମା ଖଂଜିବା ଭଳି ବହୁ କାଣ୍ଡ ଘଟାଇଥିବା ଜଣାପଡିଛି। ଏମାନଙ୍କୁ ଜେରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସେହିପରି ନାରାୟଣପୁର ଏସପି ସଂତୋଷ ସିଂଙ୍କ କହିବା ଅନୁଯାୟୀ ଝରାଘାଟି ଅଂଚଳରେ କମ୍ବିଂ କରାଯାଉଥିବା ବେଳେ ଜନତାନା ସରକାରର ସଦସ୍ୟ ସୋମନାଥ ସଲାମ ନାମକ ନକ୍ସଲକୁ ଧରିବାରେ ପୋଲିସ ସଫଳତା ପାଇଥିଲା। ଗିରଫ ନକ୍ସଲ ନିକଟରୁ ଗୋଟିଏ ବନ୍ଧୁକ ସହ୧୦ କିଲୋର ଏକ ଟିଫିନ ବୋମା,୪ଟି ଡିଟୋନେଟର,୫୦ ମିଟର ବିଦ୍ୟୁତ ତାର ସମେତ ବହୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର