ସପ୍ତମ ବେତନ ସହ ଏମ୍‌ଏସିପି ଲାଗୁ ନିଷ୍ପତ୍ତି

ଭୁବନେଶ୍ୱର: ୪୮୮ ବର୍ଗ କଲେଜରେ କାର୍ଯ୍ୟରତ ରାଜ୍ୟ ଦରମାପ୍ରାପ୍ତ ଡେମନ୍‌ଷ୍ଟ୍ରେଟର୍‌, ପିଇଟି, ଲାଇବ୍ରେରିଆନ୍‌, କ୍ଲର୍କ, ପିଅନ ଏବଂ ଅନ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ କିମସନ୍‌ ଆଧାରରେ ଦରମା ପ୍ରଦାନ ସହ ଏମ୍‌ଏସିପି ଲାଗୁ କରିବା ପ୍ରସ୍ତାବକୁ ଅର୍ଥ ବିଭାଗ ମଞ୍ଜୁର ପ୍ରଦାନ କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ୪୮୮ ବର୍ଗ କଲେଜ କର୍ମଚାରୀ ସଂଘ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତ୍ତିରୁ ସୂଚନା ମିଳିଛି। ଏ ନେଇ ସଭାପତି ସଚିତ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ଦାଶ, ଭଗବାନ ଚରଣ ନାୟକ, ଗଣେଶ ରାଉତ, ଦକ୍ଷବ୍ରହ୍ମ ରାଉତରାୟ, ଅର୍ଜୁନ ଚରଣ ଜେନା, ଅମିତ ପୃଷ୍ଟି ପ୍ରମୁଖ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର