ଆଜି ୭ଟି ନମୁନା ରିପୋର୍ଟ ଆସିଲା ନେଗେଟିଭ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଫଳରେ କରୋନା ରୋଗ ରାଜ୍ୟରେ ନିୟନ୍ତ୍ରଣରେ ଅଛି। ଓଡ଼ିଶାରେ ଆଜି ପରୀକ୍ଷା ହୋଇଥିବା ୭ଟି ନମୁନା ନେଗେଟିଭ୍‌ ଆସିଛି।

ସୂଚନାଯୋଗ୍ୟ, ପୂର୍ବରୁ ୭୦ଟି ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୬୮ଟି ନେଗେଟିଭ୍‌ ୨ଟି ପଜିଟିଭ୍‌ ରିପୋର୍ଟ ଆସିଥିଲା। ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୭ଟି ନମୁନା ପରୀକ୍ଷା ହୋଇଛି।

ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏଁ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଲୋକେ ବାହାରକୁ ଯାଇପାରିବେ।

ସମ୍ବନ୍ଧିତ ଖବର