୭ ବର୍ଷର ବାଳିକାକୁ ଝୁଣି ଖାଇଲେ କୁକୁର

ଦଶପୁର/ଧର୍ମଗଡ଼ : ଜଣେ ୭ ବର୍ଷ ବୟସର ବାଳିକାକୁ ଦଳେ କୁକୁର ଆକ୍ରମଣ କରି ମାରି ଖାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ। ରବିବାର ଏହି ବ୍ଲକର ଦଶପୁର ଫାଣ୍ଡି ଅଧୀନସ୍ଥ ଧାମନପୁର ପଂଚାୟତ ଖସିଗୁଡ଼ା ଗ୍ରାମ ଦେଝର ଠାରେ ସମ୍ରାଟ ଭୋଇଙ୍କ ଝିଅ ଭାରତୀ (୭) ଅନ୍ୟ ସାଙ୍ଗମାନଙ୍କ ସହିତ ଆମ୍ବ ଖାଇବାକୁତୋଟାକୁ ଯାଇଥିଲେ। ସେ‌ତେବେଳେ ପ୍ରାୟ ୧୨ରୁ ଅଧିକ ବୁଲା କୁକୁର ସେମାନଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲେ। ଅନ୍ୟମାନେ ଦୌଡ଼ି ପଳାଇଥିବାକୁ ସକ୍ଷମ ହୋ‌ଇଥିଲେ। ମାତ୍ର ଭାରତୀ କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। କୁକୁରମାନେ ଦଳବଦ୍ଧ ହୋଇ ଭାରତୀଙ୍କୁ କାମୁଡ଼ି ମାରି ଦେଇଥିଲେ। ଏପରିକି ‌ଶରୀରର କେତେକ ଅଂଶ ଝୁଣି ଖାଇ ଦେଇଥିଲେ। କୁକୁରଙ୍କ ଅ‌ାକ୍ରମଣ ଫଳରେ ଘଟଣାସ୍ଥଳରେ ହିଁ ଭାରତୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁଥିଲେ। ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଭାରତୀଙ୍କ ପ୍ର‌‌ାଣବ‌‌ାୟୁ ଉଡ଼ି ଯାଇ ଥିଲା। ଭାରତୀ ଖସିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥି‌େଲ।

ସମ୍ବନ୍ଧିତ ଖବର