କାମ ଚଳାଇଲେ କା’ ମନ୍ତ୍ରୀ : ପ୍ରଶ୍ନକାଳରେ ତିନି ଜଣ ମନ୍ତ୍ରୀ ଅନୁପସ୍ଥିତ, ଖର୍ଚ୍ଚ ଦାବି ଆଲୋଚନାରେ ବି ରହିଲେନି ମନ୍ତ୍ରୀ

ଗର୍ଜିଲେ ବିରୋଧୀ, ଅସନ୍ତୋଷ ଝା଼ଡିଲେ, ବିଷ୍ଣୁ କହିଲେ, ଆମେ ବିରୋଧୀ ହିଁ ଗୃହ ଜଗିଛୁ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥପାଳିରେ ଏକଦା ତତ୍କାଳୀନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ ବିଧାନସଭାରେ ନିଜର ଅସହାୟତା ପ୍ରକଟ କରିଥିଲେ। େଯଉଁ ଗୃହ ନିକଟରେ ମନ୍ତ୍ରୀମାେନ ଉତ୍ତରଦାୟୀ, ସେଠାରେ ଡାକ୍ତର ରାଉତ ହାତ ଟେକି ଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ େହାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ଅଧିବେଶନରେ ଆଜି ଆଉ ଏକ ଅଭାବନୀୟ ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ େହାଇଛି। କୌଣସି ସରକାରୀ କାମ ନୁହେଁ, ବରଂ ନିଜର ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଲାଗି ମନ୍ତ୍ରୀ ପ୍ରଶ୍ନକାଳରେ ନ ରହିବା, ନିଜ ବିଭାଗର ଖର୍ଚ୍ଚ ଦାବି ଆେଲାଚନାରେ ଭାଗ ନ େନବା ଘଟଣା ବିଧାୟକମାନଙ୍କୁ ଆଚମ୍ବିତ କରିଛି। ପୂର୍ବାହ୍ନରେ ଏ ପ୍ରସଙ୍ଗରେ ଅନେକ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ।

ଆଜି ପ୍ରଶ୍ନକାଳରେ ଏକାଧିକ ମନ୍ତ୍ରୀଙ୍କ ଲାଗି ଅର୍ଥମନ୍ତ୍ରୀ ଓ େଯାଜନା ଓ ସେଂଯାଜନ ମନ୍ତ୍ରୀ ଉତ୍ତର ଦେଇଥିଲେ। ଅପରାହ୍ନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଖର୍ଚ୍ଚ ଦାବି ଆେଲାଚନାରେ ମଧ୍ୟ ମନ୍ତ୍ରୀ ଅରୁଣ ସାହୁ ଅନୁପସ୍ଥିତ ରହିଥିଲେ ଓ ତାଙ୍କ ବଦଳରେ କା’ ମନ୍ତ୍ରୀ ରଖିଥିଲେ ଉତ୍ତର। ଏହାକୁ ମଧ୍ୟ ବିଧାୟକମାନେ ଗ୍ରହଣ କରିପାରିନାହାନ୍ତି। ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାକୁ କଟାକ୍ଷ କରିଛନ୍ତି। ଛାୟା ମନ୍ତ୍ରୀ (କୃଷି ମନ୍ତ୍ରୀଙ୍କ ପରିବର୍ତେ ଅର୍ଥମନ୍ତ୍ରୀ ଉତ୍ତର ଦେବେ) କି ଉତ୍ତର ଦେବେ େବାଲି କହି ଅନାସ୍ଥା ଭାବ ପ୍ରକଟ କରିଛନ୍ତି। ସିଧା ସିଧା ଏକଥା ବି କହିଛନ୍ତି େଯ ମୁଖ୍ୟମନ୍ତ୍ରୀ ପାଟକୁରା ଯାଇଛନ୍ତି। ଏଣୁ କାେଳ ମନ୍ତ୍ରୀଙ୍କ ଚାକିରି ପଳାଇବ, ସେଥିଲାଗି କୃଷି ମନ୍ତ୍ରୀ ସେଠାରେ ଅଛନ୍ତି।

ସରକାରୀ ଦଳର ବିଧାୟକ, ମନ୍ତ୍ରୀଙ୍କର ଗୃହରେ ଅନୁପସ୍ଥିତି ପ୍ରସଙ୍ଗକୁ େନଇ ଆଜି ବିେରାଧୀ ଦଳ ବିଧାୟକମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଗୃହରେ ଉଖାରିଥିଲେ। ବିଧାନସଭା ଅପେକ୍ଷା ମନ୍ତ୍ରୀମାନେ େଯ ଦଳ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରୁଛନ୍ତି, ଏକଥା ବୁଲେଇ ବଙ୍କେଇ ସୂଚାଇଥିଲେ। କେବଳ ସେତିକି ନୁେହଁ, ଏହି ମନ୍ତ୍ରୀମାନେ ବିଧାନସଭାକୁ ଗୁରୁତ୍ବ େଦଉନାହାନ୍ତି େବାଲି ମଧ୍ୟ କହିବାକୁ ଭୁଲିନଥିଲେ।

ବୁଧବାର ବିଧାନସଭାରେ କୃଷି ଓ କୃଷକ ସଶକ୍ତୀକରଣ, ଖାଦ୍ୟ େଯାଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ସମବାୟ, ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହୁଏ। ହେଲେ ଏହି ବିଭାଗ ଦାୟିତ୍ବରେ ଥିବା କୌଣସି ମନ୍ତ୍ରୀ ଗୃହରେ ଉପସ୍ଥିତ ନଥିବା କାରଣରୁ କା’ ମନ୍ତ୍ରୀମାନେ ସେମାନଙ୍କ ତରଫରୁ ଉତ୍ତର ରଖିଥିଲେ।

ମନ୍ତ୍ରୀମାନଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ସନ୍ତୋଷ ସିଂ ସାଲୁଜା କହିଥିଲେ, ଗୃହରେ ମନ୍ତ୍ରୀ ମରୁଡ଼ି। ଭାରପ୍ରାପ୍ତ ମନ୍ତ୍ରୀ ଉତ୍ତର େଦଉଛନ୍ତି। ଗୃହରେ ଏକ ନୂଆ ପରମ୍ପରା ସୃଷ୍ଟି େହାଇଛି। ଦୁଇ ଜଣ ମନ୍ତ୍ରୀରେ କାମ ଚାଲୁଛି। ୧୫ ପ୍ରତିଶତ ମନ୍ତ୍ରୀ କାହିଁକି ରଖିଛନ୍ତି। ଟ୍ରାନ୍ସଫରରେ ତ ସବୁ ଚାଲିଛି।

ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ବ୍ଲକରେ ଇନଚାର୍ଜ, ଥାନାରେ ଇନଚାର୍ଜ, ବିଧାନସଭାରେ ବି ଇନଚାର୍ଜ ମନ୍ତ୍ରୀରେ କାମ ଚାଲିବ? ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସେଠୀ ଆହୁରି କହିଥିଲେ, ଗୃହରେ ମନ୍ତ୍ରୀ ନାହାନ୍ତି କି ଶାସକ ଦଳ ବିଧାୟକ ରହୁନାହାନ୍ତି। ଆମେ ବିେରାଧୀ ବାଲା କେବଳ ଗୃହ ଜଗିଛୁ।

ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମନ୍ତ୍ରିମଣ୍ଡଳର ମିଳିତ ଦାୟିତ୍ବ ରହିଛି। କିଏ ଅନୁପସ୍ଥିତ କିଏ ଉତ୍ତରଦେଲା, ତାହା ଦେଖନ୍ତୁ ନାହିଁ। ଉତ୍ତର ପାଇଲେ କି ନାହିଁ, ସେଇଟା ଦେଖନ୍ତୁ।

ଶୂନ୍ୟକାଳରେ ମଧ୍ୟ ଏ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଆଜି ମାତ୍ର ୮ ଜଣ ମନ୍ତ୍ରୀ ଗୃହରେ ଅଛନ୍ତି। ୧୧୧ ଜଣ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଗୃହରେ ରହୁଛନ୍ତି। ବାକି ବିଧାୟକ କୁଆଡ଼େ ଗଲେ? ଖାଦ୍ୟ େଯାଗାଣ ବିଭାଗ ଆେଲାଚନା ହେବ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରହିବେନି। ଗଣଶିକ୍ଷା ପ୍ରସଙ୍ଗ ଆେଲାଚନା େବଳେ ମନ୍ତ୍ରୀ ସମୀର ଦାଶ ନାହାନ୍ତି। େଯାଜନା ଓ ସେଂଯାଜନ ବିଭାଗ ମନ୍ତ୍ରୀ ଉତ୍ତର ରଖିଲେ। ଉଚ୍ଚଶିକ୍ଷା ବିଭାଗ ଆେଲାଚନାର ଉତ୍ତର ଅର୍ଥମନ୍ତ୍ରୀ ଦେବେ। ଏ ମନ୍ତ୍ରୀମାେନ ସବୁ ପାଟକୁରାରେ ଅଛନ୍ତି େବାଲି ଟିଭି େଦଖାଉଛି। ସେଠାରେ ପ୍ରଚାର କରୁଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯାହା କହୁଥିେଲ, ତାହା ସମ୍ଭବତଃ ଠିକ୍। ୨୦ ତାରିଖ ପରେ ବିଧାନସଭା କରିବା। ଉତ୍ତର ସନ୍ତୋଷଜନକ ମିଳୁନାହିଁ। େଯଉଁ ବିଭାଗର ମନ୍ତ୍ରୀ ସିଏ ଯଦି ଉତ୍ତର ନ େଦବେ,ତେବେ ଗୃହର ମର୍ଯ୍ୟାଦା ରହିବ?

କୌତୂହଳର କଥା େହଲା, ବିରୋଧୀ ବିଧାୟକମାନେ ବିଭିନ୍ନ ଆେଲାଚନା ଛଳରେ ଏକଥା ଗୃହରେ ଉଠାଉଥିଲେ ହେଁ, ସରକାରୀ ଦଳର ବିଧାୟକମାନେ କିନ୍ତୁ ଅସମ୍ଭବ ନିରବତା ଅବଲମ୍ବନ କରିଥିଲେ। ଏପରିକି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ କିଛି କହିନଥିଲେ।

ସମ୍ବନ୍ଧିତ ଖବର