ରାଜଧାନୀର ନାମୀ ସ୍ପାରେ ଚାଲିଥିଲା ସେକ୍ସ ରାକେଟ, ଗ୍ରାହକ ସାଜି ପର୍ଦ୍ଦାଫାସ କଲା ପୁଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀନଗରରୁ ଶନିବାର ଅପରାହ୍ନରେ କ୍ୟାପିଟାଲ ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି। ତେବେ ବାପୁଜୀ ନଗରସ୍ଥିତ ଏକ ଜଣାଶୁଣା ସ୍ପା ସେଣ୍ଟରରେ କିଛିଦିନ ହେବ ଏକ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା।

ଆଜି ହଠାତ୍‌ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଗ୍ରାହକ ସାଜି ସ୍ପା ସେଣ୍ଟରକୁ ଯାଇଥିଲା। ଏହାପରେ ଚଢ଼ଉ ଆରମ୍ଭ କରିଥିଲା। ଚଢ଼ଉ ସମୟରେ ସ୍ପା ସେଣ୍ଟରରୁ  ୮ଜଣ  ଥାଇଲାଣ୍ଡ  ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୭ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି। ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିବା ପୁଲିସ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଗଜପତି ନଗର ଅଞ୍ଚଳରେ ର୍ନିମାଣାଧୀନ ଘରୁ ବି ଏକ ସେକ୍ସ ରାକେଟକୁ ସହିଦନଗର ପୁଲିସ ଠାବ କରିଥିଲା। ଏହି ରାକେଟରେ ସଂଶ୍ଳିଷ୍ଟ ୨ ଜଣ ଯୁବତୀଙ୍କୁ  ପୁଲିସ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଓ ୩ ଯୁବକଙ୍କୁ ଗିରଫ କରିଥିଲା। ତେବେ ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ଏହାର ମାଷ୍ଟରମାଇଣ୍ଡ କିଏ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର