ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ : ରାଣୀ ମହୁମାଛି ସହ ୨ ଯୁବତୀ ଉଦ୍ଧାର, ୩ ଗ୍ରାହକ ଗିରଫ

0 999

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଘରୁ ଏକ ସେକ୍ସ ରାକେଟକୁ ସହିଦନଗର ପୁଲିସ ଶୁକ୍ରବାର ଅପରାହ୍ନରେ ଠାବ କରିଛି। ଏହି ରାକେଟରେ ସଂଶ୍ଳିଷ୍ଟ ୨ ଜଣ ଯୁବତୀଙ୍କୁ  ପୁଲିସ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଓ ୩ ଯୁବକଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଏହି ନିର୍ମାଣଧୀନ ଘରେ କିଛିଦିନ ହେବ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ସୂଚନା ପାଇଥିଲା। ତେଣୁ ଏହି ଘର ଉପରେ ଅନେକ ଦିନ ହେବ ନଜର ରଖି ଆସୁଥିଲା ପୁଲିସ। ତେବେ ଶୁକ୍ରବାର ଅପରାହ୍ନରେ   ପୁଲିସ ପକ୍ଷରୁ  ହଠାତ୍‌ ଏହି ନିର୍ମାଣଧୀନ ଘର ଉପରେ ଚଢ଼ାଉ ଆରମ୍ଭ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ରାଣୀ ମହୁମାଛି ସହ  ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ସେଠାରୁ ୩ ଜଣ ଗରାଖଙ୍କୁ ଗିରଫ କରିଛି। ଘଟଣାସ୍ଥଳରେ ଅନେକ ଆପତ୍ତିଜନକ ସାମଗ୍ରୀ ପଡ଼ିଥିବାର ପୁଲିସ ସୂଚନା ଦେଇଛି। ତେବେ ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ଏହାର ମାଷ୍ଟରମାଇଣ୍ଠ କିଏ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.