ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମକୁ ଆସୁଥିବା ବିଦେଶୀ ବି କରୁଥିଲେ ଯୌନ ଶୋଷଣ

ଢ଼େଙ୍କାନାଳ: ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଅାଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ପରେ ସରକାର ଏହା ଉପରେ ଲଗାମ ଲଗାଇଛନ୍ତି । ଏଥିସହ ସରକାର ରାଜ୍ୟର ସମସ୍ତ ବେଆଇନ୍‌ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ବେଆଇନ ଭାବେ ଏହି ସେଲଟର ହୋମ୍‌ ଚାଲିଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍‌ ମୁଖ୍ୟ ଫୟାଜ ରହେମାନ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ଢେଙ୍କାନାଳ ସେଲଟର ହୋମ୍‌ ବାବଦରେ ଏପରି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି, ଯାହା ଆପଣଙ୍କୁ ବ୍ୟଥିତ କରିଦେବ ।ଏଥିସହ ସେଲଟର ହୋମକୁ ଆସୁଥିବା ବିଦେଶୀ ଅତିଥିମାନେ ମଧ୍ୟ  ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି  ଅନ୍ତେବାସୀ ।

କିଭଳି କିଶୋରୀ ଓ ଯୁବତୀମାନଙ୍କୁ ଅସଦାଚରଣ କରାଯାଉଥିଲା  ତାର ଗୁମର ଖୋଲିଛନ୍ତି ଅନ୍ତେବାସୀ । ଅଭିଯୋଗର ଛାନଭିନ ପାଇଁ ଢେଙ୍କାନାଳ ଉପଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାରୀ ସେଲଟର ହୋମରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଟାଉନ ଥାନା ମହିଳା ପୁଲିସ ମଧ୍ୟ ସେଲଟର ହୋମରେ ପହଚିଁ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି ।

ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରାଯାଇଛି । ସେଲଟର ହୋମର ଚେୟାରମ୍ୟାନ ଫୟାଜ୍‌ ରହେମାନଙ୍କୁ ମଧ୍ୟ ଉଠାଇ ନେଇଛି ପୁଲିସ।

ସମ୍ବନ୍ଧିତ ଖବର