ପରାମର୍ଶ ‌ନେଲେ ସବୁ ସମାଧାନ ହେବ: ଶଙ୍କରାଚାର୍ଯ୍ୟ

ବିବାଦ ବେଳେ ଶ୍ରୀମନ୍ଦିର ପ୍ରଶାସନ ଶୋଇଛି

ପୁରୀ : ବ୍ରହ୍ମ ବିଭ୍ରାଟ ଓ ଦାରୁ ଚୟନରେ ଅନିୟମିତତା କଥାକୁ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମୁହଁ ଖୋଲିଛନ୍ତି। ‌ଆଜି ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି କି, ସବୁ ସମସ୍ୟାର ସମାଧାନ ହୋଇପାରିବ। ଆଧ୍ୟାତ୍ମିକ ଗୁରୁ ହିସାବ‌ରେ ତାଙ୍କର ପରାମର୍ଶ ପ୍ରଶାସନ ଲୋଡ଼ିଲେ ସବୁ ସମସ୍ୟା ସମାଧାନର ବାଟ ଖୋଲିଯିବ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ଶୋଇ ରହିଛି। ପରିଚାଳନା କମିଟି, ପ୍ରଶାସନ ତାଙ୍କ ମତ ନେଉ ନାହିଁ। ଯାହାଫଳରେ ଏଭଳି ବିଭ୍ରାଟ ସବୁ ଦେଖାଦେଉଛି। ପୂର୍ବରୁ ରଥଯାତ୍ରାକୁ ନେଇ ଅନେକ ଅସଙ୍ଗତି ଥିଲା। ମାତ୍ର ତିନି ମାସ ଭିତରେ ସବୁ ବିବାଦର ସମାଧାନ ହୋଇଥିଲା। ତାଙ୍କ ପରାମର୍ଶ ପରେ ସବୁ ଠିକ୍ ଠାକ୍ ଚାଲିଛି। ତେଦେ ବ୍ରହ୍ମ ବିଭ୍ରାଟ ଓ ଦାରୁ ଫିକ୍ସିଂକୁ ନେଇ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। ଆଧ୍ୟାତ୍ମିଗ ଗୁରୁ ହିସାବରେ ତାଙ୍କର କିଛି ପରାମର୍ଶ ନିଆଯାଉନାହିଁ। ପ୍ରଶାସନ ତାଙ୍କ ପାଖକୁ ଆସିଲେ ସେ ଏହାର ଛାନ୍‌ଭିନ୍‌ କରିବେ। ସବୁ ଅଡ଼ୁଆ ତୁଟିଯିବ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର