‘ଦଲାଇଲାମା ଓ ପୋପ୍‌ଙ୍କ ଠାରୁ ଆମ ପଦ ଉଚ୍ଚ’

ପୁରୀ : ଆମର ଗାଦି ୨୫୦୦ ବର୍ଷ ପୂର୍ବର। ଦଲାଇଲାମା କୁହନ୍ତୁ କି ପୋପ୍‌, ଏମାନଙ୍କ ଠାରୁ ଆମ ପଦ ଉଚ୍ଚ। ବୃନ୍ଦାବନର ହରିହର ଆଶ୍ରମରେ ଜ୍ୟୋର୍ତିମଠ ବିବାଦକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଅବସରରେ ପୁରୀ ଗୋବର୍ଦ୍ଧନ ପିଠାଧୀଶ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହା କହିଛନ୍ତି।

ଶଙ୍କରାଚାର୍ଯ୍ୟଙ୍କ ମତ ହେଲା, ହିନ୍ଦୁ ଧର୍ମରେ ନକଲି ଶଙ୍କରାଚାର୍ଯ୍ୟମାନଙ୍କୁ ରାଜନେତା ତିଆରି କରୁଛନ୍ତି। ଭାରତରେ ୪ଟି ପୀଠ ଥିବା ବେଳେ ୪୦ ଜଣ ନକଲି ଶଙ୍କରାଚାର୍ଯ୍ୟ ବୁଲୁଛନ୍ତି। କାରଣ ଶଙ୍କରାଚାର୍ଯ୍ୟ ଯଦି ନିଜର ଅସ୍ତିତ୍ଵ ଓ ଆଦର୍ଶକୁ ରକ୍ଷା କରିବା ପାଇଁ ସମର୍ଥ ହୋଇଗଲେ ବା ସନାତନ ପରମ୍ପରା ନିର୍ବାହ କରିବାକୁ ସମର୍ଥ ହେଲେ ତେବେ ସରକାରଙ୍କର ଦ୍ୱାରା ଡାଲି ଶିଝିବନି। ସରକାର ଜାଣି ଜାଣି ଏହି ଭଳି କରୁଛନ୍ତି। ସରକାର ଏଭଳି ସୃଷ୍ଟି କରି ଅରାଜକ ତତ୍ତ୍ୱରେ ନିଜର ସହଭାଗିତାର ପରିଚୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନକଲି ହୁଅନ୍ତି ନାହିଁ। ଶଙ୍କରାଚାର୍ଯ୍ୟ ନକଲି ଶବ୍ଦର ବ୍ୟବହାର କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶରେ ଶାସନତନ୍ତ୍ର ବିଗିଡ଼ି ଯାଇଛି। ଉଚିତ୍‌ ଶାସନ ତନ୍ତ୍ର ଥିଲେ ପ୍ରଥମେ ଏହି ଅରାଜକ ତତ୍ତ୍ୱଙ୍କୁ ଧରି ଦଣ୍ଡ ଦିଅନ୍ତା। ଦଣ୍ଡ ମିଳୁନଥିବାରୁ ଏହି ଅରାଜକ ତତ୍ତ୍ୱମାନେ ବ୍ୟାପାର ତନ୍ତ୍ର, ପ୍ରଚାର ତନ୍ତ୍ର ଓ ଶାସନତନ୍ତ୍ରରୁ ସମ୍ବଳ ପାଇ ନିଜକୁ ଶଙ୍କରାଚାର୍ଯ୍ୟ କହୁଛନ୍ତି।

ସମ୍ବନ୍ଧିତ ଖବର