ସମଲେଶ୍ୱରୀ ଏକ୍ସପ୍ରେସ୍‌ ବଗିରେ ଧୁଆଁ

ସମ୍ବଲପୁର: ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୂୁର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ସମଲେଶ୍ୱରୀ ଏକ୍ସପ୍ରେସର ଗୋଟିଏ ଏୟାର କଣ୍ଡିସନର ବଗିରେ ନିଆଁ ଲାଗି ଥିବା ଜଣାଯାଇଛି। ବଗିରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ଟ୍ରେନ୍‌ ଅଟକାଇଯାଇ ନିଆଁକୁ ଆୟତ କରାଯାଇଥିବା ଜଣାପଡ଼ିଛି। ରାଉରକେଲାରୁ ଝାରସୁଗୁଡ଼ର ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ତେବେ ଟ୍ରେନ୍‌ଟି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପବରେ ଏଥିରେ ସର୍ଟସର୍କିଟ ହୋଇଥିବା ଜଣାପଡ଼ିଥିଳା। ତେଣୁ ଟେନ୍‌ ସମ୍ବଲପୁରରେ ପହଞ୍ଚିବା ପରେ ଏହି ବଗିକୁ ଟ୍ରେନ୍‌ରୁ ଅଲଗା କରି ଅନ୍ୟ ଏକ ବଗି ସେଥିରେ ସଂଯୋଗ କରାଯାଇଥିବା ରେଳବାଇ ପକ୍ଷରୁ ଏ ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର