ଠକେଇ ଅଭିଯୋଗରେ ଶ୍ରୀଭୂମି କନ୍‌ଷ୍ଟ୍ରକ୍‌ସନର ପରିଚାଳନା ନିର୍ଦ୍ଦେଶକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ୱର:ଲୋକଙ୍କୁ ଉଚ୍ଚ ଦରରେ ସୁଧ ଦେବାର ପ୍ରଲୋଭନ ଦେଖାଇ ୨୦୦୧୧ ମସିହାରୁ ୨୦୧୩ ମସିହା ମଧ୍ୟରେ ୫୬୯ ଜଣଙ୍କ ଠାରୁ ୫ କୋଟି ୪୩ ଲକ୍ଷ ୮୯ ଜହାର ୮୯୬ ଟଙ୍କା ଠକି ନେବା ଅଭିଯୋଗରେ ଚିଟ୍‌ ଫଣ୍ଡ ମାମଳାର ବିଚାର କରୁଥିବା କଟକର ସ୍ପେସାଲ ଡେଜିଗନେଟେଡ୍‌ କୋର୍ଟର ଅଧ୍ୟକ୍ଷ ଶ୍ରୀଭୂମି କନଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆହୁରି ୧୮ ମାସ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।
ନିର୍ମଳ କୁମାର ଜେଷ୍ଟି ନାମକ ଜଣେ ଅଭିଯୋଗ କାରୀଙ୍କ ଅଭିଯୋଗ ଭିତ୍ତିରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦଫା ୪୬୭/୪୬୮/୪୭୧/୪୨୦/ ୪୦୬/ ୧୨୦ (ଖ)ରେ ମାମଲା ରୁଜୁ କରି ଗତ ୨୦୧୫ ମସିହା ମେ ମାସ ୨୯ ତାରିଖରେ ଶ୍ରୀ ସିଂହଙ୍କୁ ଗିରଫ କରିଥିଲା। ଏ ନେଇ ଗତ ୨୦୧୫ ମସିହା ସେପ୍ଟମ୍ବର ୨୩ ତାରିଖ ଦିନ କ୍ରାଇମ ବ୍ରାଞ୍ଚ ଅଭିଯୋଗ ଫର୍ଦ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର