ବ୍ରହ୍ମ ବିଭ୍ରାଟ ରିପୋର୍ଟ : ୧୦ ଦଇତାପତି ଓ ଜଣେ ମହାରଣାଙ୍କୁ ସେବାୟତଙ୍କୁ ନୋଟିସ୍‌ !

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟ ଆସିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ତର୍ଜମା କରି ୧୧ ଜଣଙ୍କ ନୋଟିସ୍‌ କରାଯାଇଛି । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଦଇତାପତି ଓ ୧ ମହାରଣା ଥିବା ସୂଚନା ମିଳିଛି । ସେବାରେ ବିଭ୍ରାଟ ଓ କାର୍ଯ୍ୟରେ ବିଳମ୍ବ ପାଇଁ ୧୧ ଜଣଙ୍କୁ ନୋଟିସ୍‌ କରାଯାଇଥିବା ଜଣା ପଡିଛି । କାରଣ ଶ୍ରୀମନ୍ଦିର ନିୟମ ଅନୁଯାଇ କାର୍ଯ୍ୟରେ ବିଲମ୍ବ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ । ନିୟମ ଅନୁସାରେ ୨୦୧୬ ଜୁନ୍‌ ୧୫ ମଧ୍ୟ ରାତ୍ରିରେ ବ୍ରହ୍ମ ସଂସ୍ଥାପନ ହେବାରଥିଲା, କିନ୍ତୁ ନୀତିରେ ବିଭ୍ରାଟ ହେବା କାରଣରୁ ଜୁନ୍‌ ୧୫ ବଦଳରେ ଜୁନ୍‌ ୧୬ରେ ବ୍ରହ୍ମ ସଂସ୍ଥାପନ ହୋଇଥିଲା । ଏହି କାର୍ଯ୍ୟରେ ଜଡିତ ଥିବା ୧୧ ଜଣଙ୍କୁ ଆଜି ନୋଟିସ୍‌ ହୋଇଥିବା ଜଣା ପଡିଛି । ବ୍ରହ୍ମ ବିଭ୍ରାଟ ଘଟଣା ସେହି ସମୟରେ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଆଘାତ ଦେଇଥିଲା । ରାଜ୍ୟରେ ବିରୋଧି ଦଳ ମଧ୍ୟ ସରକାରଙ୍କୁ ଏଥି ପାଇଁ କଡା ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର