ଆଜିଠୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ଆଜିଠୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଓ ବାରିପଦରୁ ଲୁଲୁଂ ପଟେ ପିଠାବଟା ଫାଟକ ଦେଇ ପ୍ରବେଶ ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯଶିପୁର ପଟେ ସର୍ବାଧିକ ୩୫ଟି ଚାରିଚକିଆ ଯାନ ଓ ଲୁଲୁଂ ପଟେ ସର୍ବାଧିକ ୨୫ଟି ଚାରିଚକିଆ ଯାନକୁ ଅନୁମତି ମିଳିବ। ପ୍ରବେଶ ନିମନ୍ତେ ଅନୁମତିପତ୍ର କେବଳ ପିଠାବଟା ଓ ଯଶିପୁର (କାଳିଆଣି) ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମିଳିପାରିବ। ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନ ଛାଡ଼ିବାକୁ ପଡ଼ିବ। ସେହିଦିନ ସଂଧ୍ୟା ୫ଟା ସୁଦ୍ଧା ପ୍ରସ୍ଥାନ ତନଖି ଫାଟକ ଅତିକ୍ରମ କରି ଶିମିଳିପାଳରୁ ଫେରିଯାଇପାରିବେ।

ସମ୍ବନ୍ଧିତ ଖବର