ଶିରିଡି-ପୁରୀ ଏକ୍ସପ୍ରେସ ଟ୍ରେନରୁ ଅଲଗା ହେଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା : ଡେଲାଙ୍ଗ ଷ୍ଟେସନ୍‌ରେ ଶିରିଡି-ପୁରୀ ଏକ୍ସପ୍ରେସ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଟ୍ରେନ ନଂ -୧୮୪୦୮ ଶିରିଡି-ପୁରୀ ଏକ୍ସପ୍ରେସ ଟ୍ରେନଟି ଶିରିଡିରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଡେଲାଙ୍ଗ ଷ୍ଟେସନରେ ଟ୍ରାକ ପରିବର୍ତ୍ତନ ସମୟରେ ଇଞ୍ଜିନ ବଗକୁ ଛାଡି ୩୦୦ ମିଟର ଆଗକୁ ପଳାଇଥିଲା ।  ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଶହ ଶହ ଯାତ୍ରୀ । ରିପୋର୍ଟ ଲେଖାଯିବା ବେଳକୁ ଇଞ୍ଜିନଟିକୁ ସୁରକ୍ଷିତ ଭାବେ ବଗିରେ ଲଗାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର