ସମ୍ବଲପୁର : ନଗର ପରିକ୍ରମା କରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପରେ ଦେବଦେବ ମହାଦେବ ଜଗତଜନନୀ ମାତା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି। ଏଥି ସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧୢରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ପୁଣି ଆରବର୍ଷକୁ ସମବେତ ହେବାର ଆଶା ଓ ପ୍ରତିଶ୍ରୁତି ସହ ସହରରେ ସମବେତ କଳାକାରମାନେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ସ˚ଧୢାରେ ବିଭିନ୍ନ ପଡ଼ାର ମହାଦେବ ନବପରିଣୀତା ଦେବୀଙ୍କ ସହ ନଗର ପରିକ୍ରମା ଶେଷ କରି ନିଜ ମନ୍ଦିରରେ ପହଞ୍ଚିଥିଲେ। ନନ୍ଦପଡ଼ାର ବ˚ବରାଡ଼ ବାଲୁ˚କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା ଏବ˚ ଠାକୁରପଡ଼ାର ଗୁପ୍ତେଶ୍ବର ବାବା ନିଜ ନିଜ ମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ରୀତିନୀତି କରା ଯାଇଥିଲା। ମହାଆଳତି, ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପରେ ରାତି ସୁଦ୍ଧା ଠାକୁରମାନଙ୍କ ଗର୍ଭଗୃହ ପ୍ରବେଶ ହୋଇଥିଲା।
ଗୋଟିଏ ରାତି ଓ ଗୋଟିଏ ଦିନ ଧରି ଚାଲିଥିବା ବିଭିନ୍ନ ପଡ଼ାର ଏହି ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇ ଯାତ୍ରାକୁ ଉପଭୋଗ କରିବା ସହ ଭକ୍ତିଭାବରେ ଲୀନ ହୋଇଥିଲେ। ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୩.୬ଂ ରେକର୍ଡ ହୋଇଥିଲା। ଦିନ ତମାମ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମ ସତ୍ତ୍ବେ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ସବୁ ପଡ଼ାର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସହରର ସମସ୍ତ ରାସ୍ତା ଲୋକାରଣ୍ୟ ହୋଇଥିଲା। ୫ଟି ପଡ଼ାର ଶୋଭାଯାତ୍ରାରେ ଭାଗ ନେଇଥିବା ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୦ ହଜାର କଳାକାର ଶନିବାର ରାତି ସାରା ଓ ସକାଳେ କିଛି ଘଣ୍ଟାର ବିଶ୍ରାମ ପରେ ରବିବାର ଦିନସାରା ନୃତ୍ୟ, ଗୀତ ପରିବେଷଣ କରିଥିଲେ। ଶତାଧିକ ପ୍ରକାରର ଲୁପ୍ତପ୍ରାୟ କଳା, ଲୋକ ବାଦ୍ୟ ଓ ନୃତ୍ୟ, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ସ˚ଗୀତରେ ସମୃଦ୍ଧ ଏହି ସା˚ସ୍କୃତିକ ଏକତାର ଯାତ୍ରା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳା ଓ କଳାକାରଙ୍କୁ ଏକାକାର କରି ଦେଇଥିଲା। କୌଣସି ପ୍ରକାର ଅଘଟଣ ବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୁଲିସ୍, ଆମ୍ବୁଲାନ୍ସ, ଦମକଳ ବିଭାଗ ଇତ୍ୟାଦି ସଜାଗ ରହିଥିଲେ। ରବିବାର ସ˚ଧୢାରେ ଯାତ୍ରା ଶେଷ ହେବା ପରେ ଭିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକମାନେ ବାହୁଡ଼ି ଯାଇଥିଲେ। ତେବେ ସଂଧ୍ୟାରେ ମଧ୍ୟ ବିଭିନ୍ନ ବଜାର, ମେଳା, ମଲ ଆଦିରେ ପ୍ରବଳ ଭିଡ଼ ଲାଗି ରହିଛି।