ଭୁବନେଶ୍ବର : ରାଜ୍ୟରେ ଆଜି ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୨ ଜଣଙ୍କ ନମୁନା ପଜିଟିଭ୍ ଆସିଥିବାବେଳେ ରାତିରେ ଆଉ ୪ ଜଣ ପଜିଟିଭ୍ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଛି। ଏହି ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି। ସକାଳେ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜେଣ ଢେଙ୍କାନାଳର ୫୧ ବର୍ଷୀୟା ମହିଳା। ସେ ତବଲିଗ୍ ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ପଶ୍ଚିମବଙ୍ଗର। ରାଜ୍ୟ ସରକାରଙ୍କ ସୂଚନାନୁଯାୟୀ, ଢେଙ୍କାନାଳର ଏହି ମହିଳା ଜଣକ ଗତ ମାସ ୧୦ରୁ ୧୭ ତାରିଖ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ଗସ୍ତ କରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ।। ୧୮ ତାରିଖରୁ ୨ ଏପ୍ରିଲ ଯାଏ ସେ ଢେଙ୍କାନାଳର ମୀନାବଜାରସ୍ଥିତ ଘରେ ଥିଲେ। ୩ ତାରିଖରେ ତାଙ୍କୁ ୱାର୍ଡ ନମ୍ବର ୯ରେ ଥିବା ସଙ୍ଗରୋଧ ସ୍ଥଳକୁ ଅଣାଯାଇଥିଲା। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ ନିୟମିତ ଯାଞ୍ଚ ସମୟରେ ନମୁନା ସଂଗ୍ରହ କରାଯାଇଥିଲା। ଆଜି ପଜିଟିଭ୍ ଆସିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୭୦ ବର୍ଷର ଜଣେ ବ୍ୟକ୍ତି ମଧ୍ୟ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ପଶ୍ଚିମ ମେଦିନପୁରର ଏକ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ବାଟରେ ଆସିବା ସମୟରେ ବାଲେଶ୍ବର ବାଇପାସ୍ ନିକଟରେ ଚା’ ପିଇବା ପାଇଁ ଅଟକିଥିଲେ। ଗତକାଲି ତାଙ୍କୁ ଆପୋଲୋ ହସ୍ପିଟାଲରେ ଆଡ୍ମିଟ୍ କରାଯାଇଥିଲା ଏବଂ ସେ ପୃଥକବାସରେ ରହିଥିଲେ। ଆଜି ତାଙ୍କ ନମୁନା ପଜିଟିଭ୍ ଆସିଛି। ପରେ ରାଜ୍ୟ ସରକାଙ୍କ ପକ୍ଷରୁ କରୋନା ପାଇଁ ଉଦ୍ଦିଷ୍ଟ କିମ୍ସ କୋଭିଡ୍ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।
ତେବେ ମଧ୍ୟରାତ୍ରିରେ ଯେଉଁ ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି, ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଘର ଭୁବନେଶ୍ବରରେ ଏବଂ ଜଣକର ଭୁବନେଶ୍ବର ବାହାରେ ବୋଲି କୁହାଯାଉଥିଲେ ହେଁ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଆଜି ମୋଟ ୪୦୨ ନୁମନା ପରୀକ୍ଷା ପାଇଁ ପଠା ଯାଇଥିଲା ଏବଂ ସେଥିରୁ ୬ଟି ପଜିଟିଭ୍ ଆସିଥିବା ଅବଶିଷ୍ଟ ସବୁ ନମୁନା ନେଗେଟିଭ୍ ଥିବା ଜଣାପଡ଼ଛି। ସବୁ ମିଶାଇ ଏଯାଏ ରାଜ୍ୟରେ ୩୨୪୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ସେଥିମଧ୍ୟରୁ ୪୮ଟି ପଜିଟିଭ୍ ଆସିଥିବାବେଳେ ୩୨୦୧ଟି ନମୁନା ନେଗେଟିଭ୍ ଆସିଛି।