୬ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସ ୬ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଏସପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ସିଆରପିଏଫ ଯବାନ ପ୍ରତିଦିନ ଭଳି ଜଂଗଲକୁ କୁମ୍ବିଂକୁ ଯାଇଥିଲେ। ସଂଧ୍ୟାରେ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ଯବାନ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠାରୁ ବିସ୍ଫୋରକ ଜବତ କରାଯାଇଥିଲା। ସେମାନଙ୍କୁୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା କୁହାଯାଇଛି। ଗିରଫ ପରେ ଏମାନଙ୍କୁ ପଚରାଉଚରା କରାଯିବ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ସରକାର ୧ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର