୬ ଓଏଏସ୍‌ଙ୍କୁ ବଦଳି, ୨୪ ଘଣ୍ଟାରେ ଜଣଙ୍କର ବାତିଲ

ଭୁବନେଶ୍ବର : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ଭାବେ ବଦଳି ହୋଇଛନ୍ତି ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସ୍ବାଧା ଦେବ୍‌। ବର୍ତମାନ ସେ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ)ର ଅତିରିକ୍ତ କମିସନର ପଦବିରେ କାର୍ଯ୍ୟ କରୁଛନ୍ତି। ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡିଏମ୍‌ ପଦବିକୁ ବଦଳି ହୋଇଥିବା ନେଇ ଆଦେଶ ବାହାରିଥିଲା। ଆଜି ସେହି ଆଦେଶ ବାତିଲ ହୋଇଛି। ସେ ନିଜ ପଦବିରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି।

ଏହା ସହିତ ଆଉ ୬ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଗଜପତି ଜିଲ୍ଲାର ଏଡିଏମ୍‌ ଲକ୍ଷ୍ମୀକାନ୍ତ ସେଠୀ ଗଞ୍ଜାମ ଜିଲ୍ଲାର ଏଡିଏମ୍‌ ଭାବେ ବଦଳି ହୋଇଛନ୍ତି। କରଞ୍ଜିଆ ଜଳସେଚନ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ରାମଚନ୍ଦ୍ର ଜେନାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ରାଇମାଳ ବିଡିଓ ଶିବ ଟପ୍ପୋ ଝାରସୁଗୁଡ଼ା ଉପ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ଝାରସୁଗୁଡ଼ା ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସମ୍ବଲପୁର ଉନ୍ନୟନ କର୍ତୃପକ୍ଷର ସଚିବ ଭାବେ ବଦଳି କରାଯାଇଛି। ସେହି କର୍ତୃପକ୍ଷ ଅଧୀନରେ ସଚିବ ଭାବେ କାର୍ଯ୍ୟରତ ରାଜେଶ କୁମାର ଅଗ୍ରୱାଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଉପ ସଚିବ ଭାବେ ବଦଳି ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରତିଭା ଦୋରାଙ୍କୁ ପରିଷଦର ଉନ୍ନୟନ ଅଧିକାରୀ ଭାବେ ବଦଳି କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର