୬ ବରିଷ୍ଠ ଆଇପିଏସ୍‌ଙ୍କ ପଦୋନ୍ନତି: ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଡିଆଇଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ଛଅ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଶୁକ୍ରବାର ପଦୋନ୍ନତି ମିଳିଛି। ଏଥିରୁ ୨ଜଣଙ୍କୁ ଆଇଜି ଭାବରେ ଓ ୪ଜଣଙ୍କୁ ଡିଆଇଜି ଭାବରେ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ସେହିପରି ଗଞ୍ଜାମ ଏସ୍‌ପି ଆଶିଷ ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଦୀପକ କୁମାର ଓ ନୀତିନଜିତ ସିଂଙ୍କୁ ମଧ୍ୟ ଡିଆଇଜି ଭାବେ ପଦୋନ୍ନତି ମିଳିଛି।

ସମ୍ବନ୍ଧିତ ଖବର