ବଡ଼ଦାଣ୍ଡ ହେବ ନାହିଁ ନୋ ଫ୍ଲାଇଙ୍ଗ୍‌ ଜୋନ, ଆବେଦନକୁ ଅଗ୍ରାହ୍ୟ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ବଡ଼ଦାଣ୍ଡ ବିଶେଷ କରି ଶ୍ରୀମନ୍ଦିର ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦିଆଯାଇଥିିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ।
ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି ଯେ ବଡ଼ଦାଣ୍ଡକୁ ନୋ ଫ୍ଲାଇଙ୍ଗ୍‌ ଜୋନ ଘୋଷଣା କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଏହାର ଉତ୍ତର ରଖିଛି ବେସାମରିକ ବିମାନ ଚଳଚଳ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ଭୌଗଳିକ ସ୍ଥିତିରେ ବଡଦାଣ୍ଡ ଓ ଶ୍ରୀମନ୍ଦିର ରହିଛି ତାହା ଏକ ଆନ୍ତର୍ଜାତିକ ରୁଟ୍‌। ତେଣୁ ତାକୁ ନୋ ଫ୍ଲାଇଙ୍ଗ୍‌ ଜୋନ ଘୋଷଣା କରିବା ସମ୍ଭବ ନୁହେଁ। ଅପରପକ୍ଷେ ଏହି ରୁଟ୍‌ରେ ବିମାନଗୁଡ଼ିକ ପ୍ରାୟ ୩୫ ହଜାର ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରିଥାନ୍ତି। ତେଣୁ ବଡ଼ଦାଣ୍ଡ କିମ୍ବା ଶ୍ରୀମନ୍ଦିର ଉପରକୁ କୌଣସି ବିପଦ ନାହିଁ। ଅପରପକ୍ଷେ ଯେତେବେଳେ କୌଣସି ଜରୁରି ପରିସ୍ଥିତିିରେ ବିମାନ ୧୦୦୦ ପୁଟ୍‌ ତଳକୁ ଖସିଆସିବ,ସେତେବେଳେ ଉପଯୁକ୍ତ ସିଗ୍‌ନାଲ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲିି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଏସପି ଶ୍ରୀ ଷଡଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର