ସ୍କାଇମେଟ ରିପୋର୍ଟ : ଜୁନ ୪ରେ କେରଳ ଛୁଇଁବ ମୌସୁମୀ, ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ଏଥର ଠିକ ସମୟରେ ମୌସୁମୀ ଆସିଲେ ମଧ୍ୟ ତାହା ସ୍ୱାଭାବିକଠାରୁ କମ ରହିବ ବୋଲି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଇମେଟ୍‌ । ସଂସ୍ଥା ପକ୍ଷରୁ ଜାରି ମୌସୁମୀ ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭ ପ୍ରତିଶତ କମ ବୃଷ୍ଟିପାତ ହେବ । ଅର୍ଥାତ ବୃଷ୍ଟିପାତ ପରିମାଣ ୯୩ ପ୍ରତିଶତ ରହିବ ।

ଏହି ରିପୋର୍ଟ ଅନୁସାରେ ଆସନ୍ତା ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଛୁଇଁବ । ଏହାର ୧୨ ଦିନ ପରେ ଅର୍ଥାତ ଜୁନ୪ରେ କେରଳରେ ମୌସୁମୀ ଛୁଇଁବ । କେରଳରେ ମୌସୁମୀ ଛୁଇଁବାର ୮ରୁ ୧୦ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ଅର୍ଥାତ ଜୁନ ୧୨ ତାରିଖ ପରେ ଆମ ରାଜ୍ୟକୁ ମୌସୁମୀ ଛୁଇଁବ । ତେବେ ସ୍କାଇମେଟ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହେଲେ ମଧ୍ୟ ତାହା ସେତେଟା ଚିନ୍ତାଜନକ ହେବ ନାହିଁ । ତେବେ ମୋଟାମୋଟି ଭାବରେ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ସ୍ୱାଭାବିକଠାରୁ କମ ବର୍ଷା ହେବ ।

ସମ୍ବନ୍ଧିତ ଖବର