ଭୁବନେଶ୍ବର : ସ୍ମୀତାରାଣୀ ବିଶ୍ବାଳ ରହସ୍ୟାବୃତ୍ତ ମୃତ୍ୟୁ ମାମଲାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପ୍ରଶାସନର ଏଭଳି ଟାଳଟୁଳ ନୀତି ବିେରାଧୀ ରାଜନୈତିକ ଶିବିରକୁ ଖୋରାକ ଯୋଗାଇଛି। ସମାନ୍ତରାଳ ଭାବେ ଉଭୟ ବିେଜପି ଓ କଂଗ୍ରେସ ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି। ଆଜି ବିଜେପିର ଏକ ପ୍ରତିନିଧି ଦଳ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ହରିଦାସପୁର ଯାଇଛନ୍ତି। ଏପଟେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିବା ସହିତ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କ େନତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଯାଜପୁର ଯାଇ ସରଜମିନ୍ ଅନୁଧ୍ୟାନ କରିଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କଂଗ୍ରେସ ଅଭିେଯାଗ କରିଛି, ସ୍ମିତାଙ୍କ ମୃତ୍ୟୁ ଘଟଣାରେ ପୁଲିସ େଯମିତି ତଦନ୍ତ ଚଳାଇଛି, ତାହା କେଉଁଠି ନା କେଉଁଠି ସୂଚାଉଛି େଯମିତି ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ସେମାନେ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି। ଖାସ୍ ଏହି ଘଟଣାର ପ୍ରମାଣକୁ ସମ୍ପୂର୍ଣ୍ଣ େପାଛିଦେବା ଲାଗି ମାମଲାର ତଦନ୍ତକୁ ବିଳମ୍ବିତ କରାଯାଉଛି। କାହିଁକି ଏଯାଏ ପୁଲିସ ରୂପେଶ ଭଦ୍ର ଓ ଅନ୍ୟ ୫ଜଣଙ୍କୁ ଗିରଫ ନ କରି ଅଟକ ରଖିଛି େବାଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଅଭିେଯାଗ କରିଛି, ଏହି ମାମଲାଟି ପଛରେ ଶାସକ ଦଳର ବଡ଼ ବଡ଼ିଆ େନତା ଓ ମାଫିଆଙ୍କର ହାତ ରହିଛି। ତେଣୁ ପୁଲିସ ଜାଣିଜାଣି ମାମଲାଟିକୁ ପାଣିଚିଆ କରୁଛି। ଗୁରୁତ୍ବପୂର୍ଣ୍ଣ କଥା େହଲା, ନବୀନ ବାବୁ େମା ସରକାରର ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟର ଜଣେ ମହିଳା ପଞ୍ଚାୟତ ବିଭାଗର ଅଧିକାରୀଙ୍କର ମୃତ୍ୟୁ ଘଟିଛି, ଅଥଚ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ; ୫ଟି ସଚିବ ଚୁପ୍। ସ୍ମିତାରାଣୀ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଓ ସଚିବ ମଧ୍ୟ ମୁହଁ େଖାଲୁନାହାନ୍ତି। ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ବିଧାୟକଙ୍କର ଦେଖା ନାହିଁ ଓ ସାଂସଦ ନିଜେ ମହିଳା େହାଇଥିଲେ ମଧ୍ୟ ଥରୁଟିଏ ଘଟଣାକୁ ନିନ୍ଦା କରିନାହାନ୍ତି। ରାଜ୍ୟ ମହିଳା କମିସନ କିମ୍ବା ତାଙ୍କ ପ୍ରତିନିଧି ଘଟଣାସ୍ଥଳକୁ ଯାଇନାହାନ୍ତି ବା କମିସନ ନିଜଆଡୁ ମଧ୍ୟ ମାମଲା ରୁଜୁ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି। କଂଗ୍ରେସ ଆହୁରି କହିଛି, ସ୍ମିତାଙ୍କ ସ୍ବାମୀ ଗଣମାଧ୍ୟମକୁ େଯଉଁ ବିବୃତି େଦଇଛନ୍ତି, ତାହା ସୂଚାଉଛି େଯ ବିଭିନ୍ନ ବେଆଇନ କାର୍ଯ୍ୟ କରିବା ପାଇଁ ଓ ସ୍ବୀକୃତି ଦେବା ପାଇଁ ଅନେକ ସମୟରେ ତାଙ୍କ ପତ୍ନୀଙ୍କ ନିକଟକୁ େଫାନ୍ ଆସୁଥିଲା, ଚାପ ପଡୁଥିଲା ଏବଂ ଧମକ ଦିଆଯାଉଥିଲା। ଏଭଳି ସ୍ଥଳେ ସରକାର ସ୍ପଷ୍ଟ କରିବା ଉଚିତ୍ େଯ ପଞ୍ଚାୟତ କିଏ ଚଳାଉଛନ୍ତି ସରପଞ୍ଚ ନା ତାଙ୍କ ସ୍ବାମୀ?
କଂଗ୍ରେସ କହିଛି, ରୂପେଶ ଭଦ୍ର ଜଣେ ବିତ୍ତଶାଳୀ ଠିକାଦାର। ସେ ଅଞ୍ଚଳରେ ଥିବା ଏକ ସିମେଣ୍ଟ କଂପାନି ଏବଂ ରେଳବାଇରେ ତାଙ୍କର େକାଟି େକାଟି ଟଙ୍କାର ଠିକାଦାରୀ ଚାଲିଛି େବାଲି ଚର୍ଚ୍ଚା ହୁଏ। ଏଣୁ ତଦନ୍ତକୁ ବାଟବଣା ଆଶଙ୍କା ବଢିଯାଉଥିବା େନଇ ସାଧାରଣରେ େହଉଥିବା ଅଭିେଯାଗକୁ ସମ୍ପୂର୍ଣ୍ଣ ଟାଳି ଦିଆଯାଇପାରିବ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳା ଅଞ୍ଚଳର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଉପସ୍ଥିତ ଥିଲେ।