ସାପ କାମୁଡ଼ାରେ ବାଲିଗୁଡ଼ାରେ ମାଆ ଏବଂ ପୁଅଙ୍କର ଜୀବନ ଗଲା

ବାଲିଗୁଡ଼ା: ସାପ ନେଉଛି ଜୀବନ । ଆଜି ସକାଳୁ ସକାଳୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ସାପ କାମୁଡ଼ାରେ ମାଆ, ପୁଅଙ୍କର ଜୀବନ ଯାଇଛି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ସାପ କାମୁଡ଼ାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । 

ସୂଚନାଯୋଗ୍ୟ ୨୦୧୮-୧୯ରେ  ୮୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯-୨୦ରେ ୪ ମାସରେ  ୨୩୭ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୨୦୧୭-୧୮ରେ ୮୨୩ ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ୨୦୧୬-୧୭ରେ ୬୦୫ ଜଣ ଓ ୨୦୧୫-୧୬ରେ ସାପ କାମୁଡ଼ାରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୟୁରଭଂଜରେ ସାପ କାମୁଡ଼ାରେ ସର୍ବାଧିକ ୨୭୧ ଜଣଙ୍କ ପ୍ରାଣହାନି ଘଟିଛି ।

ଗଂଜାମରେ ୨୪୭ ଜଣ,  ବାଲେଶ୍ୱରରେ ୨୪୨ ଜଣ, କେନ୍ଦୁଝରରେ ୨୨୭ଜଣ , ଭଦ୍ରକରେ ୧୮୦ ଜଣ , ଯାଜପୁର ୧୫୪ ଜଣ, ସମ୍ବଲପୁରରେ ୧୩୪ ଜଣଏବଂ କଟକରେ ୧୩୩ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ ।

ସମ୍ବନ୍ଧିତ ଖବର