ନାଗ ସାପ ପିଆଜ ଖାଉଛି କି ? ଅନୁଗୁଳରେ ଜିଅନ୍ତା ନାଗ ପେଟରୁ ବାହାରିଲା ପିଆଜ !

ଅନୁଗୋଳ: ସାଧାରଣ ଭାବେ ଆମକୁ ଜଣା ଯେ ସାପମାନେ ବେଙ୍ଗ, ମୂଷା ଓ ସେଇଭଳି ଛୋଟଛୋଟ କୀଟପତଙ୍ଗ ଖାଇ ଥାଆନ୍ତି। ପୁଣି ନାଗ ସାପ କ୍ଷୀର ପ୍ରିୟ ବୋଲି ଆମେ ଜାଣିଛେ। ତେବେ ନାଗ ସାପ ପିଆଜ ଖାଉଥିବା ଭଳି ଏକ ବିସ୍ମୟଜନକ ଘଟଣା ସାମ୍ନାକୁ ଆସିଛି । ତାହା ପୁଣି ଓଡ଼ିଶାରେ ଘଟିଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗାଁରେ ନାଗ ସାପ ପିଆଜ ଖାଉଥିବା ଦେଖା ଦେଇଛି । ଟାଙ୍ଗିରି ଗାଁର ସୁଶାନ୍ତ କୁମାର ବେହେରାଙ୍କ ଘରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Men’s Health

ସୂଚନା ଅନୁଯାୟୀ, ଆଜି ସୁଶାନ୍ତ ଘରେ ଥିବା ବେଳେ ଏକ ନାଗ ସାପକୁ ଦେଖିଥିଲେ । ଘରୁ ନାଗ ସାପକୁ ବାହାର କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିଲେ ସୁଶାନ୍ତ । ଫଳରେ ସାପକୁ ଘରୁ ବାହାର କରିବା ପାଇଁ ଜଣେ ସାପ ଧରାଳୀକୁ ଡାକିଥିଲେ । ସାପ ଧରାଳୀ ନାଗ ସାପକୁ ଧରି ବାହାରକୁ ଆଣିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ନାଗଟି କିଛି ଖାଇଥିବାରୁ ଏହା ଚାଲି ପାରୁ ନ ଥିଲା । ତେବେ ସାପ ପାଟି ଭିତରେ କିଛି ରହିଥିବା ଦେଖିବାକୁ ମିଳିଥିଲା। ସାପ ଧରାଳୀ କୌଶଳ କ୍ରମେ ନାଗ ସାପ ପାଟିରୁ ଖାଦ୍ୟ ବାହାର କରିବା ପରେ ଏହା ପିଆଜ ବୋଲି ଜଣା ପଡ଼ିଥିଲା । ସାପଟି ପାଟିରୁ ମୋଟ ୮ଟି ପିଆଜ ଓ ଗୋଟିଏ ବେଙ୍ଗ ବାହାରିଥିଲା । ପରେ ସାପଟିକୁ ଛାଡ଼ି ଦିଆଯାଇଥିଲା । ତେବେ ସାପ ପିଆଜ ଖାଉଥିବା ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର