ଡାକ୍ତରଖାନାର ମହିଳା ଓ୍ଵାର୍ଡରୁ ଓ ଡାକ୍ତରଙ୍କ ଚାମ୍ବରରେ ଲଗା ଯାଇଥିବା ଏସି ଉପରୁ ନାଗ ସାପ ଉଦ୍ଧାର

ଭଦ୍ରକ: ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଡାକ୍ତରଖାନା ଭିତରୁ ସାପ ଉଦ୍ଧାର ହୋଇଥିବା ନେଇ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ବାରିପଦା ଓ ଭଦ୍ରକ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରୁ ନାଗସାପ ମିଳିଥିବା ବେଳେ ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚାମ୍ବରରେ ଲଗାଯାଇଥିବା ଏସି ଉପରେ ମଧ୍ୟ ସାପ ଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର ହୋଇଥିବା ଏହି ସାପ ବିରଳ ଫରଷ୍ଟେନ୍‌ କ୍ୟାଟ୍‌ ସ୍ନେକ୍‌ ପ୍ରଜାତିର ବୋଲି କୁହାଯାଉଛି । ସାପ ଧରାଳି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଡାକ୍ତରଖାନାଟି ଶିମିଳିପାଳ ଜଙ୍ଗଲ ପାଦଦେଶରେ ଥିବାରୁ ସାପଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଡାକ୍ତରଖାନା ଭିତରେ ସାପ ଦେଖିବା ପରେ ସ୍ନେକ୍‌ ହେଲ୍‌ପଲାଇନ୍‌ଙ୍କୁ ଖବର ଦିଅଯାଇଥିଲା। ସ୍ନେକ୍‌ ହେଲ୍‌ପଲାଇନଙ୍କ ସହାୟତାରେ ସାପଙ୍କୁ ଉଦ୍ଧାର କରାଯାଇଛି

ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରେ ନାଗସାପ ଦେଖି କର୍ମଚାରୀ ତଥା ଆଟେଣ୍ଡାଂଟ୍‌ ଭୟଭୀତ ହୋଇପଡ଼ିଥିଲେ । ତେବେ ଉଭୟ ବାରିପଦା ଓ ଭଦ୍ରକରେ ସାପ ଧରାଯିବାପରେ ଡାକ୍ତରଖାନାର କାର୍ଯ୍ୟ ପୁଣିଥରେ ସ୍ୱଭାବିକ ଅବସ୍ଥାକୁ ଫେରିଛି। ସେହିପରି ଭଦ୍ରକ ନଳାଙ୍ଗ ଥାନାର ବିଭୁତିପୁର ଗାଁରୁ ୧୨ଟି ନାଗସାପ ଉଦ୍ଧାର ହୋଇଛି । ଗତ କିଛି ଦିନ ହେଲା ସାରା ରାଜ୍ୟରୁ ସାପ ଉଦ୍ଧାର ହେବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

ସମ୍ବନ୍ଧିତ ଖବର