ବ୍ରଜରାଜନଗର : କରୋନା ସମ୍ପ୍ରସାରଣ ରୋକିବାରେ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ସର୍ବନିମ୍ନ ଦୂରତା ୧ମିଟର ବୋଲି କୁହାଯାଉଛି। କିନ୍ତୁ ବ୍ରଜରାଜନଗର ଠାରେ ଥିବା ଭୂତଳ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକ ମାନେ ଏହି ଦୂରତ୍ୱ ନିର୍ବାହ କରିବା ସମ୍ଭାବନା କେତେ ତାହା ଯେଉଁମାନେ କାମ କରୁଛନ୍ତି କିମ୍ବା କାର୍ଯ୍ୟସ୍ଥଳୀ ଦେଖିଛନ୍ତି ସେମାନେ କେବଳ କହିପାରିବେ। ବ୍ରଜରାଜନଗରରେ ଥିବା ଓରିଏଣ୍ଟ କୋଇଲା କ୍ଷେତ୍ରରେ ଅଧୀନରେ ଓରିଏଣ୍ଟ ଦୁଇନମ୍ବର ଓ ହୀରାଖଣ୍ଡ ବୁନ୍ଦିଆ ଭୂତଳ କୋଇଲା ଖଣି ରହିଛି। ଓରିଏଣ୍ଟ କୋଇଲାଖଣିର କାର୍ଯ୍ୟରତ ଶ୍ରମିକ ମାନେ ଆଜି ସକାଳେ ଶ୍ରମିକ ମାନଙ୍କ ପାଇଁ ସାନିଟାଇଜର ଯୋଗାଇ ଦେବାକୁ ଦାବିକରିବା ସହ ଡିୟୁଟି କୁ ଯିବା ଆସିବା ସମୟରେ ପୁଲିସି ଅଧିକାରୀଙ୍କ ଠାରୁ ଏସମ୍ପର୍କରେ ପ୍ରମାଣ ପତ୍ର ଚାହୁଁଥିବା କହିଥିଲେ। ସେହିପରି ପରବର୍ତ୍ତୀ ସମୟରେ ଭୂତଳ କୋଇଲାଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ସାମାଜିକ ଦୂରତ୍ୱ ଓ ସଂକ୍ରମଣ ରୋକିବା ଉପରେ ଏବେ ବଡ଼ ପ୍ରଶ୍ନ ଉଠାଇଛନ୍ତି କିଛି ଶ୍ରମିକ ନେତା।

Advertisment

publive-image

ଓରିଏଣ୍ଟ ୨ନମ୍ବର ଭୁତଳକୋଇଲା ଖଣିରେ ଶ୍ରମିକ ମାନେ ଖଣି ଭିତରକୁ ଯିବାପାଇଁ ଚେୟାର କାର ଓ ହୀରାଖଣ୍ଡ ବୁନ୍ଦିଆ ଖଣିରେ ଚେୟାର ଲିଫ୍ଟ ରହିଛି। ଶ୍ରମିକ ମାନେ ଏହା ଉପରେ ବସି ସେମାନେ ଖଣିଭିତରେ କାର୍ଯ୍ୟସ୍ଥଳୀକୁ ଯାଇଥାନ୍ତି। କିନ୍ତୁ ଏହି ଚେୟାର କାର ହେଉ ବା ଚେୟାର ଲିଫ୍ଟ ହେଉ ତାହା ବାରମ୍ବାର ବ୍ୟବହାର ହେଉଥିଲେ ମଧ୍ୟ ଏହାକୁ ସେଭଳି ଜୀବାଣୁ ମୁକ୍ତ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଖଣି ଭିତରେ କାର୍ଯ୍ୟ କରିବା ସମୟରେ ୩ଜଣ ଡ୍ରିଲ ମେସିନ ଧରି ଡ୍ରିଲ କରିବାକୁ ପଡିଥାଏ ଓ ଖଣି ଭିତରେ ରୁଫ ବୋଲଟିଙ୍ଗି ପାଇଁ ଏକତ୍ର ୬ଜଣ ମିଶି କାମକରିଥାନ୍ତି। ଏକ୍ସପ୍ଲସିଭି କ୍ୟାରିୟର ୪ ଜଣ କାମ କରିବାକୁ ପଡିଥାଏ। ସେହିଭଳି ଅନେକ ସ୍ଥାନରେ ଏଭଳି କାର୍ଯ୍ୟ ହୋଇଥାଏ।ଏମାନେ ସାମାଜିକ ଦୂରତ୍ୱ ରଖିବା ସମ୍ଭବ ନୁହେଁ ବୋଲି ଏକାଧିକ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

publive-image

ଦେଶର ପ୍ରଗତିରେ ବିଦ୍ୟୁତ ଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଶ ବର୍ତ୍ତମାନ ଯେଉଁ ସଙ୍କଟ ଦେଇ ଗତି କରୁଛି ନିରବିଛିନ୍ନ ଭାବରେ ବିଦ୍ୟୁତ ଶକ୍ତି ଯୋଗଣର ଆବଶ୍ୟକତା ରହିଛି। ଏଥିପାଇଁ ତାପଜ ବିଦ୍ୟୁତ କେନ୍ଦ୍ରରେ ଶକ୍ତି ଉତ୍ପାଦନରେ କୋଇଲା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଶ୍ରମିକ ମାନଙ୍କ ପାଇଁ ଯେତେ ସମ୍ଭବ ସୁରକ୍ଷା ଦୃଷ୍ଟିରୁ ମାସ୍କ, ସାନିଟାଇଜର ଯୋଗାଇଦେବା ସହିତ ଚେୟାର କାର ଓ ଚେୟାର ଲିଫ୍ଟକୁ ବିଶୋଧନ କରିବା କିମ୍ୱା ବ୍ୟବହାର ବନ୍ଦ କରିବା ନେଇ ଶ୍ରମିକ ନେତାମାନେ ମତ ଦେଉଛନ୍ତି। ଏହା ସହିତ ଡ୍ରିଲର ଓ ରୁଫ ବୋଲଟରମାନେ କରୋନା ପାଇଁ କିଭଳି ଉପାୟ ଅବଲମ୍ବନ କଲେ ନିଜେ ସଂକ୍ରମଣ ରୁ ମୁକ୍ତ ରହି ପାରିବେ ସେନେଇ ବିଶେଷଜ୍ଞ ପରାମର୍ଶ ଦ୍ୱାରା ପଦକ୍ଷେପ ନେବା ଜରୁରୀ। ଆଜି ଶ୍ରମିକ ଅଶାନ୍ତି କୁ ଦେଖି ଦୁଇନମ୍ବର କୋଇଲା ଖଣିରେ ୭ଶହ ମାସ୍କ ବିତରଣ କରାଯାଇଛି ଓ ଆହୁରି ମାସ୍କ ଆସି ପହଂଚିବ ବୋଲି ଅଧିକାରୀ ପ୍ରତିଶୃତି ଦେଇଥିଲେ।