ପ୍ରେମିକା ଧୋକା ଦେବାରୁ ସୋସିଆଲ୍ ମିଡିଆରେ ଅନ୍ତରଙ୍ଗ ଫଟୋ ଅପ୍ଲୋଡ କଲେ ଏହି ହାସ୍ୟାଭିନେତା, ଆତ୍ମହତ୍ୟା କରିବାକୁ ଧମକ
ଭୁବନେଶ୍ୱର: ଅନେକ ସମୟରେ ଫେସ୍ବୁକରେ ଦେଖିବାକୁ ମିଳିଥାଏ ନୂଆ ନୂଆ ଝଡ଼। ଏବେ ଫେସବୁକ୍ରେ ଓଲିଉଡ୍ର ଜଣାଶୁଣା ହାସ୍ୟାଭିନୋତା ବାଳକୃଷ୍ଣ ନାୟକ କରିଥିବା ପୋଷ୍ଟଟି ଏକ ବିରାଟ ଝଡ଼ର ଉଦାହରଣ। ଅନେକ ସମୟରେ ବ୍ୟକ୍ତିଗତ ମାମଲା ସବୁ ଫେସ୍ବୁକ୍ ଜରିଆରେ ପଦାକୁ ଆସିଥାଏ। ଏହି ହାସ୍ୟଭିନେତା ଜଣକ ମଧ୍ୟ ନିଜର କିଛି ବ୍ୟକ୍ତିଗତ ଘଟଣାକୁ ସୋସିଆଲ୍ ମଡିଆରେ ଅପ୍ଲୋଡ କରି ସମସ୍ତଙ୍କୁ ଚକିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ତାଙ୍କ ସହ ଜଣେ ଝିଅର ଫଟୋ ଦେଇ ସେ ଝିଅ ଜଣକଙ୍କୁ ନିଜର ପୂର୍ବତନ ପ୍ରେମିକା ବୋଲି ଦାବି କରିଛନ୍ତି। ଝିଅ ଜଣକ ତାଙ୍କ ସହ ପ୍ରତାରଣା କରିଛି ବୋଲି ଜଣାଇ ସେ ଫେସ୍ବୁକ୍ରେ କେତେକ ସାଧାରଣ ଯୁଗଳ ଫଟୋରୁ ନେଇ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ବି ଅପ୍ଲୋଡ କରିଛନ୍ତି।
ସର୍ବସାଧାରଣରେ ଝିଅଟିନ ନାମ ସହ ଫଟୋ ଦେଇ ସବୁକିଛି ଉଲ୍ଲେଖ କରିଛନ୍ତି ବାଳକୃଷ୍ଣ। ସେ ଏକଥା ବି ଲେଖିଛନ୍ତି ଯେ ଏପରି ଏକ କାଣ୍ଡ ପାଇଁ ତାଙ୍କୁ ଜେଲ୍ ହୋଇ ଯାଇପାରେ ବୋଲି ତାଙ୍କୁ ଜଣା ଅଛି। ମାତ୍ର ସେ ଭବିଷ୍ୟତକୁ ଖାତିରି ନକରି ଏପରି କରିବା ସହ ଖୋଲାଖୋଲି ଭବେ ଜୀବନ ହାରିବା କଥା ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି।
ଏକକାଳୀନ ତାଙ୍କ ସହ ସଂପର୍କ ରଖିବା ସହ ଆହୁରି ଅନେକ ଯୁବକଙ୍କ ସହ ସଂପର୍କ ରଖି ତାଙ୍କ ପ୍ରେମିକା ପୁଅମାନଙ୍କଠାରୁ ଟଙ୍କା ଝଡ଼ାଉଥିଲେ। ଏପରିକି ଏ ସବୁ କଥା ଝିଅର ବାପଘର ଲୋକ ବି ଜାଣନ୍ତି ବୋଲି ସେ ଫେସ୍ବୁକ୍ରେ ଲେଖିଛନ୍ତି। ବାଳକୃଷ୍ଣଙ୍କ କହିବା ମୁତାବକ ଝିଅ ଜଣକ ହେଉଛନ୍ତି ଜଣେ ଓଡ଼ିଶୀ ନୃତ୍ୟଶଳ୍ପୀ। ବହୁ ଦିନ ହେବ ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା।
ଇଣ୍ଡିଆନ୍ ଆଇଡଲ୍ର ଜଣେ ଟପ୍ ୧୦ ପ୍ରତିଯୋଗୀଙ୍କ ସହ ଉକ୍ତ ଝିଅର ଅନୈତିକ ସଂପର୍କ ରହିଥିଲା ବୋଲି ସେ ଦର୍ଶାଇଛନ୍ତି। ଶେଷରେ ସେ ଲେଖିଛନ୍ତି ଯେ ‘ଓଡ଼ିଶାକୁ ନିଜ ଅଭିନୟ ଜରିଆରେ ହସେଇବି ବୋଲି ଭାବିଥିଲେ ବି ଏଇ ଝିଅ ପାଇଁ ମୋ ନିଜ ଜୀବନ ଏକ ହାସ୍ୟାତ୍କମ କାହାଣୀ ହୋଇଗଲା। ଏ ଝିଅ ପାଇଁ ମୁଁ ମୋ ବାପାମାଆଙ୍କ ସ୍ୱପ୍ନ ପୂରା କରିପାରିଲିନି।’
ବାଳକୃଷ୍ଣଙ୍କର ପୂର୍ବ ଫେସ୍ବୁକ୍ ପୋଷ୍ଟ୍ଗୁଡ଼ିକ ଦେଖିଲେ ଉକ୍ତ ଝିଅ ସହ ତାଙ୍କ ସଂପର୍କ ସ୍ପଷ୍ଟ ଜଣା ପଡ଼ିଯାଉଛି। ତାଙ୍କ ଆକାଉଣ୍ଟ୍ରେ ପୂର୍ବରୁ ଅନେକ ଯୁଗଳ ଫଟୋ ଅପ୍ଲୋଡ୍ ହୋଇଛି। ଏପରିକି ପରିବାର ଲୋକଙ୍କ ସହ ମିଶିକରି ସେ ଦୁହେଁ ଫଟୋ ଉଠାଇଥିବା ବି ଦେଖିବାକୁ ମିଳିଛି।