ଆସନ୍ତା କାଲି ଆଂଶିକ ସୂର୍ଯ୍ୟପରାଗ, ଓଡ଼ିଶାରେ ଦେଖାଯିବ ନାହିଁ

ଭୁବନେଶ୍ୱର : ଆସନ୍ତା କାଲି ହେବାକୁ ଯାଉଛି ଏବର୍ଷର ୩ୟ ସୂର୍ଯ୍ୟ ପରାଗ । ପ୍ରଥମ ସୂର୍ଯ୍ୟପରାଗ ଫେବ୍ରୁଆରୀ ୧୫ ଓ ୨ୟଟି ଜୁଲାଇ ୧୩ରେ ପଡିଥିଲା । ସେହିପରି ଏବର୍ଷ ୨ଟି ଚନ୍ଦ୍ର ଗ୍ରହଣ ୩୧ ଜାନୁୟାରୀ ଓ ୨୭ ଜୁଲାଇରେ ହୋଇଥିଲା । ଏବେ ଆସନ୍ତା ଆସନ୍ତା କାଲି ହେବାକୁ ଥିବା ସୂର୍ଯ୍ୟପରାଗ ସଂପର୍କରେ ଜାଣିବା । ଆସନ୍ତା କାଲି ହେବାକୁ ଥିବା ସୂର୍ଯ୍ୟପରାଗ ଏକ ଆଂଶକ ସୂର୍ଯ୍ୟପରାଗ । ଏହା ଅପରାହ୍ନ ୨ଟା ୩୨ରେ ଆରମ୍ଭ ହୋଇ ସଂଧ୍ୟା ୫ଟା ୧ରେ ଶେଷ ହେବ । ଏହି ସୂର୍ଯ୍ୟପରାଗ ପାଇଁ ଆଜି ରାତି ୧.୩୨ରେ ପାକତ୍ୟାଗ ଓ ଦେବନୀତି ବର୍ଜନ ହେବ । ଅର୍ଥାତ ବ୍ରାହ୍ମ ମୂହୂର୍ତ୍ତ ଓ ସକାଳେ କରାଯାଉଥିବା ଦେବନୀତି ଓ ରୋଷେଇ ବନ୍ଦ ରହିବ । ପରାଗ ଶେଷ ହେବା ପରେ ସ୍ନାନ କରି ଘରେ ଓ ଦେବାଳୟରେ ଗଙ୍ଗାଜଳ ସିଞ୍ଚନ କରି ଦେବନୀତି ଓ ରୋଷେଇ ଆରମ୍ଭ କରିହେବ । ତେବେ ଏସବୁ ନିୟମ ଯେଉଁ ସ୍ଥାନରେ ପରାଗ ଦୃଶ୍ୟମାନ ହେବ ସେଠାରେ ଲାଗୁ ହେବ । ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ନୁହଁ । ଏଣୁ ଓଡ଼ିଶାରେ ଏସବୁ କଟକଣା ଲାଗୁ ହେବ ନାହିଁ ।

ସମ୍ବନ୍ଧିତ ଖବର