ଗୁମ୍ଫାରେ ଯବାନ୍‌ଙ୍କ ଚଢ଼ାଉ: ବିସ୍ଫୋରକ ସାମଗ୍ରୀ, ମାରଣାସ୍ତ୍ର ଜବତ

ମାଲକାନଗିରି: ଛତିଶଗଡ଼ର ଚଲନାରାଠାରେ ବିସ୍ଫୋରଣ ଘଟାଇ ମାଲକାନଗିିରି ସୀମାବର୍ତ୍ତୀ ଅଞ୍ଚଳରେ ଠୁଳ ହୋଇଥିବା ନକ୍ସଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁରକ୍ଷା ଯବାନ୍‌ମାନେ ଜୋର୍‌ଦାର୍‌ ଉଦ୍ୟମ ଚଳାଇଛନ୍ତି। ନକ୍ସଲଙ୍କ ଗୁମ୍ଫାରେ ପହଞ୍ଚ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିଛନ୍ତି।  ସୁରକ୍ଷା ଯବାନ୍‌ମାନେ ଏମଭି-୭୨ ଗ୍ରାମରେ କ୍ୟାମ୍ପ୍‌ କରିଛନ୍ତି। ଆଜି ସୁରକ୍ଷା ଯବାନ୍‌ମାନେ  ଏମ୍‌ଭି-୭୯ ଥାନା ଅନ୍ତର୍ଗତ ଭେଜେଙ୍ଗଓ୍ଵାଡା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହି  ସର୍ଚ୍ଚ ଅପରେସନ୍‌ ସମୟରେ ଚିନ୍ତାକୋଣ୍ଡା ଜଙ୍ଗଲର ଗୋଟିଏ ଗୁମ୍ଫାରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ରକୁ ଠାବ୍‌ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ରହିଛି ଏକେ-୪୭ ମେଗାଜିନ୍‌, ୭.୬୨ ରାଉଣ୍ଡସ୍‌ (ଏକେ), ଫ୍ୟୁଜ ତାର, ହେଣ୍ଡ ଗ୍ରେନେଡ, ଜିଲୋଟିନ୍‌  ଷ୍ଟିକସ୍‌, ବିଦ୍ୟୁତ ଡିଟୋନେଟର, ନନ୍‌- ଇଲେକଟ୍ରୋନିକ ଡିଟୋନେଟର, ଦେଶୀ ରିଭଲଭର।

ସମ୍ବନ୍ଧିତ ଖବର