ଫେରିଲେ ଯବାନ, ଜବତ ସାମଗ୍ରୀ ଆନ୍ଧ୍ର ଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଦୁଇ ଦିନ ତଳେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ଶେଷରେ ଆଜି ଯବାନମାନେ ଆନ୍ଧ୍ରକୁ ଫେରିଯାଇଛନ୍ତି। ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି। ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ଆନ୍ଧ୍ରକୁ ନିଆଯାଇଥିବା ଜଣାପଡିଛି। ସୂଚନାଥାଉକି, ଅତି ଚତୁରତାର ସହ ମାଓ ନେତା ଆରକେ ଖସିଯିବାରେ ସଫଳ ହୋଇଥିବା ବେଳେ ଏହି ଗୁଳି ବିନିମୟରେ କେହି ମୃତ୍ୟୁବରଣ କରିନଥିବା ପୁଲିସ ପକ୍ଷରୁ କୁହାଯାଇଥିଲା। ସର୍ଚ୍ଚ ଅପରେସନରେ ମିଳିଥିବା କିଟ୍‌ ବ୍ୟାଗ୍‌ ଅନୁସାରେ କ୍ୟାମ୍ପରେ ବହୁ ନକ୍ସଲ ରହିଥିବା ଜଣାପଡିଥିଲା। ଆଗାମୀ ଦିନରେ ପୁଣି ଚଢାଉ ଜାରି ରହିବ ବୋଲି ଆନ୍ଧ୍ର ପୁଲିସ ଏବଂ ମାଲକାନଗିରି ପୁଲିସ କହିଛି।

ସମ୍ବନ୍ଧିତ ଖବର