ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ଆସନ୍ତାକାଲି ଖୋଲିପାରେ ଗେଟ୍‌

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ଡ୍ୟାମ୍‌ରେ ଜଳସ୍ତର ବଢୁଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଜଳଭଣ୍ଡାରରୁ କିଛି ଗେଟ୍‌ ଖୋଲାଯାଇପାରେ। ଜଳ ପତ୍ତନ ବୃଦ୍ଧି ନେଇ ହୀରାକୁଦ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଆଜି ରାତି ୯ଟା ସୁଦ୍ଧା ଜଳସ୍ତର ୬୧୯.୯୩ ଫୁଟ ରହିଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ଡ୍ୟାମ୍‌ରୁ ୧୫ ହଜାର ୪୫୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର