ପୁତୁରା ଆକ୍ରମଣରେ କାକା ମୃତ, ୩ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ବୁଢିପଦର ଗ୍ରାମରେ ଶନିବାର ପୁତୁରାର ଆକ୍ରମଣରେ କାକା କ୍ଷେତ୍ରବାସୀ ସାହୁ (୬୦)ଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶଯେ, ବୁଢିପଦର ଗାଁର କ୍ଷେତ୍ରବାସୀ ଶନିବାର ଗାଈ ଚରାଇ ଅପରାହ୍ଣରେ ଫେରୁଥିବା ସମୟରେ ତାଙ୍କ ଘର ସମ୍ମୁଖରେ ଥିବା ତାଙ୍କ ପୁତୁରା ସୁଶିଲ ସାହୁ, ପୁତୁରା ବୋହୁ ମଂଜୁ ସାହୁ ଓ ନାତି ଅଜିତ ସାହୁ ମିଳିତ ଭାବେୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କ୍ଷେତ୍ରବାସୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁତୁରା ସୁଶିଲ, ପୁତୁରା ବୋହୁ ମଞ୍ଜୁ ଓ ନାତି ଅଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛିି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏହି କାଣ୍ଡ ହୋଇଥିବା ଥାନା ଅଧିକାରୀ ଲୀସା ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର