ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଳକ୍ ଲରାସରା ପଂଚାୟତ ହାଇସ୍କୁଲ କ୍ବାରାଣ୍ଟିନ ସେଣ୍ଟରରେ ଥିବା ଆନ୍ଧ୍ରପ୍ରଦେଶ ଫେରନ୍ତା ବାପା, ମା, ଭାଇଙ୍କୁ ଭାଂଗ, ଗୁଡ଼ାଖୁ ଓ ଖାଇବା ସାମଗ୍ରୀ ଦେଇ ପୁଅ ବି ସଂଗରୋଧ କେନ୍ଦ୍ରରେ ରହିବା ଭଳି ଘଟଣା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଲରାସରା ପଂଚାୟତ ଟୁପାପଡ଼ାର ଶ୍ରମିକ ଦମ୍ପତି ନିଜ ଜଣେ ପୁଅ ସହ ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଖଇରପାଲିସ୍ଥିତ ହାଇସ୍କୁଲ କ୍ବାରାଣ୍ଟିନ୍ ସେଣ୍ଟରକୁ ତିନି ଦିନ ତଳେ ଆସିଥିଲେ। ଶନିବାର ତାଙ୍କର ଅନ୍ୟ ଜଣେ ପୁଅ ସ୍କୁଲ ପଛ ପଟ ବାଡ଼ ଡେଇଁ ବାପା-ମାଙ୍କ ପାଇଁ ଗୁଡ଼ାଖୁ, ଭାଂଗ ଓ କିଛି ଖାଇବାକୁ ଆଣି ଦେଇଥିଲେ। ତାଙ୍କଠାରୁ ୨ଶହ ଟଙ୍କା ମଧ୍ୟ ନେଇଥିଲେ। ତେବେ ଏହି ଘଟଣା କିଛି ଯୁବକ ଦେଖିଥିଲେ। ସେ ବାହାସ୍ଫୋଟ ମାରି କ୍ବାରାଣ୍ଟିନ୍ ସେଣ୍ଟରକୁ ଯାଇଥିବା କହିଥିଲେ। ଏହାପରେ ଟୁପାପଡ଼ାକୁ ପଶିବା ପାଇଁ ତାଙ୍କୁ ଗ୍ରାମବାସୀ ବିରୋଧ କରିଥିଲେ। ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇ ନଥିଲେ।
ମାମଲା ସରପଞ୍ଚ ରଣଜିତ ସାହୁଙ୍କ ନଜରକୁ ଆସିବା ପରେ ତାଙ୍କୁ କ୍ବାରାଣ୍ଟିନ୍ ସେଣ୍ଟରର ଅନ୍ୟ ଏକ କଠୋରିରେ ଏକାକୀ ରଖାଯାଇଛି। ଉକ୍ତ କେନ୍ଦ୍ରରେ ୧୮ ଜଣ ଥିବା ବେଳେ ଦୁଇ ଦିନ ତଳେ ଅନ୍ୟ ଜଣେ ମହିଳା ପାଖରେ ବୁଲୁଥିବା ଜଣେ ଛୋଟ ପିଲାକୁ ୧୦ ଟଙ୍କା ଦେଇ ଭାଂଗ ଆଣିବା ପାଇଁ ପଠାଇଥିଲେ ବୋଲି କୁହାଯାଉଛି।