ମଦ ଆଗରେ ହାର ମାନିଲା ସମ୍ପର୍କ : ପୁଅ ଠେଙ୍ଗାମାଡ଼ରେ ବାପା ମୃତ

ରାଇରଙ୍ଗପୁର : ମଦ ନିଶାରେ ଚୁର୍‌ ହୋଇ ବାପାକୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛି ପୁଅ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଡୋଭା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ପୁଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି। ବାଦାମପାହାଡ଼ ଥାନା ଡୋଭା ଗ୍ରାମରେ ଗତକାଲି ଅପରାହ୍ନରେ ଗୋପାଳ ନାୟକ (୫୦) ଘରେ ଥିବା ବେଳେ ପୁଅ ଜିତେନ୍ (୨୦) ପହଞ୍ଚିଥିଲା। ମଦ ନିଶାରେ ପୁଅ ଟଳଟଳ ହେଉଥିବା ଦେଖି ଗୋପାଳ ବିରକ୍ତି ହୋଇଥିଲେ। ଏହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ଜିତେନ୍ ଉତ୍‌କ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ଗେପାଳଙ୍କୁ ନିର୍ଦୟ ଭାବେ ବାଡ଼େଇଥିଲା। ଶରୀରର ସମ୍ବେଦନଶୀଳ ଜାଗାରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଆଜି ବାଦାମପାହାଡ଼ ପୁଲିସ ଓ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ଅନୁସନ୍ଧାନ କରିବା ପରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏ ନେଇ ବାଦାମପାହାଡ଼ ଥାନା କେସ୍ ନଂ ୯/୨୦ ରେ ମାମଲା ରୁଜୁ ହୋଇଛି। ପୁଲିସ ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର