ସୁନ୍ଦରଗଡ଼ : ସାମାନ୍ୟ ଝଗଡ଼ାରୁ ଟାଙ୍ଗିଆରେ ବାପାଙ୍କୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ନିକଟ ତସୁପଡ଼ା ଡଙ୍ଗାକୁଦର ଗାଁରେ ଜଣେ ପୁଅ ଟାଙ୍ଗିଆରେ ହାଣି ନିଜ ବାପାକୁ ହତ୍ୟା କରିଛି। ସାମାନ୍ୟ କଥା କଟାକଟିରୁ ଏପରି ଘଟିଥିବା କୁହା ଯାଇଛି। ମୃତ ବାପା ହେଲେ ୬୦ ବର୍ଷର ରିମିସ ଏକ୍କା ଏବଂ ଅଭିଯୁକ୍ତ ପୁଅ ହେଉଛି ରଜତ ଏକ୍କା (୩୦)। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଥିବା ବେଳେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୁଲିସ ତନାଘନା ଚଲାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାରେ ବାପା ରିମିସ ଓ ପୁଅ ରଜତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଜତ ଟାଙ୍ଗିଆରେ ବାପାଙ୍କ ମୁଣ୍ଡ ଓ ବେକକୁ ହାଣି ଦେଇଥିଲା। ସଂକଟାପନ୍ନ ଅବସ୍ଥାରେ ରିମିସଙ୍କୁ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର