ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ପୁଅର ଭୁଜାଲି ମାଡ଼ରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଗ୍ରାମର ଜୟକୃଷ୍ଣ ମଲ୍ଲିକ ଭାତ ଖାଉଥିଲେ। ଏହି ସମୟରେ ତାଙ୍କ ବଡ଼ପୁଅ ଶରତ ନିଶାଶକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ। ପରେ କୌଣସି କାରଣକୁ ନେଇ ବାପପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଶରତ ଏକ ଭୁଜାଲିରେ ଅତି ନୃଶଂସ ଭାବେ ଜୟକୃଷ୍ଣଙ୍କୁ ହାଣିଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଜୟକୃଷ୍ଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୋର ଡାକ୍ତରଖାନାକୁ ଆଣିଥିଲେ। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶରତ ଫେରାର ଥିବା ଜଣାପଡ଼ିଛି। ଶରତଙ୍କ ମଦ ବିକ୍ରିକୁ ତାଙ୍କ ବାପା ବିରୋଧ କରିବାରୁ ସେ ଏଭଳି ହତ୍ୟାକାଣ୍ତ ଘଟାଇଥିବା ଆଲୋଚନା ହେଉଛି। କୃଷ୍ଣଚନ୍ଦ୍ରଙ୍କ ସାନବୋହୂ ମିନତୀଙ୍କ ଅଭିଯୋଗ ମୂଳେ ପୁଲିସ କେସ୍ ନମ୍ବର ୩୩୫/୧୯ ଓ ଦଫା ୩୦୨/୫୦୬, ୨୯୪ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହୁଛି।