ସୋର ବିଜେଡି ନେତା ବିଜେପିରେ

ଭୁବନେଶ୍ବର :ସୋର ନିର୍ବାଚନମଣ୍ଡଳୀର ବହୁ ବିଜେଡି ନେତା ଓ କର୍ମୀ ଆଜି ବିଜେପି‌େର ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେମାନେ ବିଜେପି‌େର ମିଶିଥିଲେ। ଏହି ନେତାମାନେ ହେଲେ ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ସ୍ବାଇଁ, ବିଜେଡି ନେତା ମାଧବ ଧଡ଼ା, ହେମନ୍ତ ସେଠୀ, ପ୍ରଫୁଲ୍ଲ କୁମାର ରାଉତ, ବିପ୍ଳବ ଶେଖର ପଲାଇ, ବାସନ୍ତୀ ସ୍ବାଇଁ, ନମିତା ସ୍ବାଇଁ, କମଳା ସେଠୀ, ବୃନ୍ଦାବନ ଜେନା, ଉପେନ୍ଦ୍ର ସାହୁ, ଜାନକୀ ମଲ୍ଲିକ ପ୍ରମୁଖ।

ସମ୍ବନ୍ଧିତ ଖବର