ସୋର: ମହିଳାଙ୍କୁ ବ୍ଲେଡ୍‌ରେ କାଟି ପକାଇଲେ ମୁଖାପିନ୍ଧା ଦୁର୍ବୃତ୍ତ

ସୋର: ଶୁକ୍ରବାର ରାତିରେ ସୋର ଥାନା ଅନ୍ତର୍ଗତ ବାଣିଆସିଆ ଗ୍ରାମରେ ଜଣେ ମହିଳାଙ୍କୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆକ୍ରମଣ କରି ବ୍ଲେଡ୍‌ରେ ହାତ, ଗୋଡ଼ ଓ ବେକ କାଟି ଖଣ୍ଡିଆଖାବରା କରି ପକାଇଥିବା ଅଭିଯୋଗ ହୋଇଛି।

ମହିଳାଜଣକ ଶୌଚକର୍ମ ପାଇଁ ପଦାକୁ ଯାଇଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କର ଦୁଇ ହାତ, ଦୁଇ ଗୋଡ଼ ଓ ବେକକୁ ବ୍ଲେଡ୍‌ ଦ୍ୱାରା କାଟିକୁଟି ପକାଇଛନ୍ତି। କାନ୍ଥରେ ତାଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଛନ୍ତି। ଶିଶିରେ ଆଣିଥିବା କିଛି ଅଜଣା ତରଳ ପଦାର୍ଥ ମଧ୍ୟ ତାଙ୍କୁ ପିଆଇବା ସହ ପେଟରେ ରାସାୟନିକ ପଦାର୍ଥ ଢାଳିଛନ୍ତି। ଶେଷରେ କିରାସିନ ଢାଳି ନିଅାଁ ଲଗାଇବାକୁ ଉଦ୍ୟମ କଲାବେଳେ ମହିଳାଜଣକ ଖୁବ୍‌ ଜୋର୍‌ରେ ଚିତ୍କାର କରିବାରୁ ଘରଲୋକେ ଯାଇ ତାଙ୍କୁ ଉଦ୍ଧାର କରିବା ସହ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଜମିବାଡ଼ି ଭାଗବଣ୍ଟା ଘଟନାକୁ ଯୋଗୁଁ ଥିବା ପୁରୁଣା ବିବାଦ କାରଣରୁ ସେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଉଲ୍ଲେଖ କରି ତାଙ୍କ ପରିବାର ଲୋକେ ପଡ଼ୋଶୀ ତଥା ଭଇଆଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର