କେନ୍ଦୁଝରରେ ସୌଭାଗ୍ୟର ମନ୍ଥର ଗତି : ଅଧା ଘରକୁ ହୋଇନି ବିଜୁଳି ସଂଯୋଗ

କେନ୍ଦୁଝର : ସମସ୍ତଙ୍କ ଘରେ ଜଳିବ ବିଜୁଳିବତୀ । ଏଇ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ସୌଭାଗ୍ୟ ଯୋଜନା । ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ଯୋଜନାରେ ସମସ୍ତଙ୍କ ଘରକୁ ବିଜୁଳି ସ˚ଯୋଗ ହେବାର ଯୋଜନା ଥିଲା । କିନ୍ତୁ ଏହାର କାମ ଯେମିତି ଢଙ୍ଗରେ ଚାଲିଛି, ତାହା ନିର୍ଦ୍ଧାରିତ ସମୟରେ ସ˚ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି କରିଛି ।

ସୌଭାଗ୍ୟ ଯୋଜନା ଆରମ୍ଭ ବେଳକୁ କେନ୍ଦୁଝର ଜିଲ୍ଲାରେ ବିଜୁଳି ସ˚ଯୋଗ ହୋଇ ନ ଥିବା ପରିବାର ସ˚ଖ୍ୟା ଥିଲା ୧ ଲକ୍ଷ ୪୦ ହଜାର । ସେହିପରି ଏହି ବିଜୁଳି ସ˚ଯୋଗ ପାଇ ନ ଥିବା ପରିବାରଗୁଡିକ ମୋଟ ୨୦୭୮ଟି ଗ୍ରାମରେ ରହିଥିବା ସର୍ଭେରୁ ଜଣାପଡ଼ିଥିଲା । ଏହି ଏକ ଲକ୍ଷ ପରିବାରକୁ ବିଜୁଳି ସ˚ଯୋଗ ଦେବା ଦାୟିତ୍ବ ଏନ୍‌ଟିପିସି ହାତରେ ନ୍ୟସ୍ତ ଥିଲା । ଏନ୍‌ଟିପିସି ପାଖରୁ ସବ୍‌ ଲେଟିଂ ଭାବେ ଏହି କାମକୁ ଗୋଦ୍‌ରେଜ ଏବ˚ ଫେଡ୍‌କୋ କଂପାନି ନେଇଛି । କେନ୍ଦୁଝର ଜିଲ୍ଲାରେ ଗୋଦ୍‌ରେଜ୍‌ କମ୍ପାନି ବିପିଏଲ୍‌ ଶ୍ରେଣୀଭୁକ୍ତ ପରିବାରକୁ ବିଜୁଳି ସ˚ଯୋଗ ଦାୟିତ୍ବ ନେଇଥିବା ବେଳେ ଫେଡ୍‌କୋକୁ ଦିଆଯାଇଛି ଏପିଏଲ୍‌ ଶ୍ରେଣୀଭୁକ୍ତ ପରିବାରକୁ ବିଜୁଳି ସ˚ଯୋଗ ଦାୟିତ୍ବ । ତେବେ ଗତ ମେ ମାସରୁ ଫେଡକୋ ଏବ˚ ଗୋଦ୍‌ରେଜ ଏହି ବିଜୁଳି ସ˚ଯୋଗ ଦାୟିତ୍ବ ନେଇ କାମ କରୁଥିଲେ ବି ଏହି କାମର ଅଗ୍ରଗତି ସନ୍ତୋଷଜନକ ନୁହେଁ। ମୋଟ ୧ ଲକ୍ଷ ୪୦ ହଜାର ପରିବାର ମଧୢରୁ ଏଯାବତ ମାତ୍ର ୭୨ ହଜାର ପରିବାରକୁ ସୌଭାଗ୍ୟ ଯୋଜନାରେ ବିଜୁଳ ସ˚ଯୋଗ ଦିଆଯାଇଛି। ଅର୍ଥାତ୍‌ ସଫଳତା ହାର ମାତ୍ର ୫୦ ପ୍ରତିଶତ। ଆସନ୍ତା ମାସରେ ଏହି ଯୋଜନାର ଅବଧି ଶେଷ ହେବ। ମୋଟ ୨୦୭୮ ଗ୍ରାମ ମଧୢରୁ ଏଯାବତ୍‌ ମାତ୍ର ୧୦୬୨ଟି ଗ୍ରାମକୁ ବିଦ୍ୟୁତ୍‌ ସ˚ଯୋଗ ସ˚ପୂର୍ଣ୍ଣ ହୋଇଛି।

ଏହି ଯୋଜନାରେ କେନ୍ଦୁଝର ସଦର ବ୍ଲକ ନେଲୁଙ୍ଗ ଜଡିଖୁଣ୍ଟି ସାହିର ଉଦାହରଣ ନିଆଯାଉ । ଏହି ସାହିରେ ପାଖାପାଖି ୭୦ ପରିବାର ରୁହନ୍ତି । ଏଠାରେ ରହୁଥିବା ପରିବାର ପ୍ରାୟତଃ ଆଦିବାସୀ । ମୂଲମଜୁରି ଲାଗି ଚଳନ୍ତି । ନିଜ ଗ୍ରାମକୁ ବିଜୁଳି ସ˚ଯୋଗ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି। କିନ୍ତୁ ଏଯାବତ୍‌ ବିଜୁଳି ସ˚ଯୋଗ ଦୂରର କଥା, ବିଜୁଳି ଖୁଣ୍ଟ ବି ପଡ଼ି ନାହିଁ । କେନ୍ଦୁଝର ସଦର ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଥିବା ଗାଁର ଯଦି ଅବସ୍ଥା ଏଭଳି ହୁଏ, ତେବେ ଦୁର୍ଗମ ଅଞ୍ଚଳ କଥା ପଚାରେ କିଏ ।

ସମ୍ବନ୍ଧିତ ଖବର