ରାଜନଗର : ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି ସ˚ଯୋଗ ପାଇଁ ସର୍ବନିମ୍ନ ବାଧୢତାମୂଳକ ଭାବେ ୫ଶହ ଟଙ୍କା ଆଦାୟ କରାଯାଉଛି। ମାଗଣାରେ ବିଜୁଳି ସ˚ଯୋଗ ପାଇଁ ସରକାର ଯୋଜନା କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏହି ଯୋଜନା ସମ୍ପୂର୍ଣ୍ଣ ବିପରୀତ ଦିଗରେ ଚାଲିଛି। ଏହି ବ୍ଲକରେ ୩୫ଶହ ହିତାଧିକାରୀଙ୍କଠାରୁ ୫୦୦/୬୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇ ବିଜୁଳି ସ˚ଯୋଗ ଦିଆଯାଉଛି। ସୌଭାଗ୍ୟ କିଟ୍ରୁ ବଲ୍ବ ଗାଏବ ହେବା ଓ ୧୦ଫୁଟ ବଦଳରେ ଏକ ଫୁଟ୍ ୱେୟାରିଂ କରାଯାଇଥିବା ବେଳେ ଏବେ ବିଜୁଳି ସ˚ଯୋଗ ପାଇଁ ଟଙ୍କା ଆଦାୟ ସେସୁ କର୍ମଚାରୀଙ୍କ ଆଖିବୁଜା ଦୁର୍ନୀତିକୁ ସାମ୍ନାକୁ ଆଣିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସ˚ଯୋଗ ନଥିବା ପରିବାରକୁ ମାଗଣାରେ ବିଜୁଳି ସ˚ଯୋଗ ଦେବାପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ମାଗଣାରେ ବିଜୁଳି ସ˚ଯୋଗ ସହିତ ପ୍ରତି ପରିବାରକୁ ମିଟର, ୩୫ ମିଟର ସର୍ଭିସ୍ ତାର, ବଙ୍କା ପାଇପ୍, ସପୋର୍ଟ ୱେୟାର, ଦୁଇଟି ସୁଇଚ ଆଦି ଯୋଗାଣର ବ୍ୟବସ୍ଥା ରହିଛି। ମାତ୍ର ରାଜନଗର ବ୍ଲକରେ ଏହି ଯୋଜନା ସମ୍ପୂର୍ଣ୍ଣ ବାଟବଣା ହୋଇଛି। ୪ହଜାର ୫ଶହ ପରିବାରକୁ ବିଜୁଳି ସ˚ଯୋଗ ଦେବା ପାଇଁ ଟାର୍ଗେଟ ରହିଥିବା ବେଳେ ଆଜି ସୁଦ୍ଧା ୩୫ଶହ ପରିବାରକୁ ବିଜୁଳି ସ˚ଯୋଗ ଦିଆଯାଇଛି। ଏହି ୩୫ଶହ ପରିବାରକୁ ମାଗଣାରେ ବିଜୁଳି ସ˚ଯୋଗ ଦେବା ବଦଳରେ ବାଧୢତାମୂଳକ ଭାବେ ୫ଶହରୁ ୬ଶହ ଟଙ୍କା ଲେଖାଏଁ ଆଦାୟ କରାଯାଇଛି। କିଛି ଗାଁରେ ପରିବାର ପିଛା ହଜାରେ ଟଙ୍କା ଆଦାୟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଆଜି ସୁଦ୍ଧା ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସ˚ଯୋଗ ପାଇଥିବା ୩୫ଶହ ପରିବାର ମଧୢରୁ ଗୋଟିଏ ବି ପରିବାରକୁ ମାଗଣାରେ ବିଦ୍ୟୁତ ସ˚ଯୋଗ ଦିଆଯାଇ ନଥିବା ଭଳି ଅଭିଯୋଗ ହୋଇଛି। ହାତିନା ପଞ୍ଚାୟତ ପରିପଙ୍ଗରା ଗାଁରେ ୧୫ ପରିବାରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସ˚ଯୋଗ ଦିଆଯାଇଛି।
ବିଦ୍ୟୁତ ସ˚ଯୋଗ ନେଇଥିବା ପ୍ରଭାକର ଓଝା, ଯାମିନୀକାନ୍ତ ସାହୁ, ଅନି ସାମଲ, କୈଳାସ ଓଝା, ସହଦେବ ଓଝା, ନୃସିଂହ ସାମଲ, ସ˚ଯୁକ୍ତା ପାଢୀ, ପ୍ରଫୁଲ୍ଲ ଜେନାଙ୍କ ଅଭିଯୋଗ ମୁତାବକ ସୌଭାଗ୍ୟ ଯୋଜନାରେ ବିଜୁଳି ସ˚ଯୋଗ ତାଲିକାରେ ସେମାନଙ୍କ ନାମ ଥିଲା। ସ˚ଯୋଗ ପୂର୍ବରୁ ଲାଇନ୍ମ୍ୟାନ୍ ୫ଶହ ଟଙ୍କା ଲେଖାଏଁ ମାଗିଥିଲେ। ସେସୁର ଲାଇନମ୍ୟାନ ବିଭୁଦତ୍ତ ସାହୁ ସେମାନଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ନେବା ପରେ ଘରେ ବୋର୍ଡ ବସିଲା ଓ ବିଦ୍ୟୁତ୍ ସ˚ଯୋଗ ଦିଆଗଲା। ସେହି ଗାଁର ବିଧବା ମହିଳା ହେମଲତା ପ୍ରଧାନ ୫ଶହ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ବିଜୁଳି ସ˚ଯୋଗ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି। କେବଳ ପରିପାଙ୍ଗରା ନୁହେଁ ଶିରିଗଡ ଗାଁର ର˚ଗଲତା ପ୍ରଧାନ, ଇନ୍ଦୁମତି ପ୍ରଧାନ, ମ˚ଜୁଲତା ଦାସ, ସର୍ବେଶ୍ବର ପ୍ରଧାନ ଓ ବିଜୟ ପ୍ରଧାନଙ୍କ ଅଭିଯୋଗ ହେଲା, ଏନଜେନ୍ର ଲାଇନ୍ ମ୍ୟାନ ମଧ୍ୟ ସେମାନଙ୍କ ଠାରୁ ବିଜୁଳି ସ˚ଯୋଗ ପାଇଁ ୫ଶହ ଓ ବୋର୍ଡ ବସାଇବା ପାଇଁ ଶହେ ଟଙ୍କା ନେଇଛନ୍ତି। ୩ ମାସ ହେଲା ବୋର୍ଡ ବସିଛି, ଆଜିଯାଏଁ ବିଜୁଳି ସ˚ଯୋଗ ଦିଆଯାଇନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସ˚ପର୍କରେ ଲାଇନମ୍ୟାନ ବିଭୁୁଦତ କହିଛନ୍ତି ଯେ, ପ୍ରତି ପରିବାରଠାରୁ ଖୁସିବାସିରେ ୩ ଶହ ଟଙ୍କା ଲେଖାଏଁ ଆଦାୟ କରିଛି। ଏ ସ˚ପର୍କରେ କେନ୍ଦ୍ରାପଡା ସେସୁର ନିର୍ବାହୀ ଯନ୍ତ୍ରୀ ଅମରଜିତ ପଟ୍ଟନାୟକଙ୍କୁ ପଚାରିବାରୁ ମାଗଣାରେ ବିଜୁଳି ସ˚ଯୋଗ ଦେବା ପାଇଁ ନିୟମ ରହିଛି। ଟଙ୍କା ଆଦାୟ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।