ଭୁବନେଶ୍ବର : ପାରିବାରିକ ଧାରାବାହିକ, ପ୍ରତିଭା ଅନ୍ବେଷଣ ଭିତ୍ତିକ ରିଅଲିଟି ସୋ’ ଏବଂ ସିନେମା ପ୍ରସାରଣ ସହ ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଇ ଆସିଥିବା ଜି-ସାର୍ଥକ ଆଣିଛି ନୂଆ ଧାରାବାହିକ ‘ସୌଭାଗ୍ୟବତୀ’। ଆସନ୍ତା ୨୨ ତାରିଖରୁ ପ୍ରତି ସୋମବାର ରାତି ୯ଟାରେ ଏହା ପ୍ରସାରିତ ହେବ। ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରୁଥିବା ଜଣେ ନାରୀକୈନ୍ଦ୍ରିକ କାହାଣୀ ‘ସୌଭାଗ୍ୟବତୀ’ ପୁଣି ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିବ। ଏଥିରେ ନାୟକ ଭୂମିକାରେ ଆଶିଷ, ନାୟିକା ଭୂମିକାରେ ଦେବସ୍ମିତା ଅଭିନୟ କରିଥିବା ବେଳେ ଶିଶୁ କଳାକାର ପ୍ରସିଦ୍ଧିଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ଅଶ୍ରୁମୋଚନ, ଜର୍ଜ ତିଆଡ଼ି, ଈଶା ବେବର୍ତା, ବିରାଜ ଦାସ, ପିଙ୍କି, ସ୍ମରଣିକାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଓମ୍ ସାଇ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ତୁଲାଇଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା। ଓଡ଼ିଆ ପରିବାରର କଥା କହିଥିବାରୁ ଏହା ଦର୍ଶକାଦୃତି ଲାଭ କରିବ ବୋଲି ଜି-ସାର୍ଥକ କର୍ତୃପକ୍ଷ କହିଛନ୍ତି। ଏହା ସୋମବାରରୁ ଶନିବାର ରାତି ୯ଟାରେ ପ୍ରସାରିତ ହେବ।
୨୨ରୁ ଜି-ସାର୍ଥକରେ ‘ସୌଭାଗ୍ୟବତୀ’
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)