ସିଭିଲ୍‌ ସର୍ଭିସ୍‌ ପରୀକ୍ଷା: ୧୧୮ତମ ସ୍ଥାନରେ ସୌମ୍ୟରଂଜନ

ଭୁବନେଶ୍ବର : କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ୧୧୮ତମ ସ୍ଥାନରେ ରହିଛନ୍ତି ସୌମ୍ୟରଂଜନ ରାଉତ। ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ରାଉତଙ୍କ ନାତି ସୌମ୍ୟରଂଜନ ଚନ୍ଦ୍ରଶେଖରପୁର ଡିଏଭିରୁ ସ୍କୁଲ ଶିକ୍ଷା ଲାଭ କରିବା ପରେ ଆଇଆଇଟି ରୁର୍‌କିରେ ଇଲେକ୍ଟ୍ରିକାଲରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ସେ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ସେଣ୍ଟ୍ରାଲ ଏକ୍ସସାଇଜ୍‌ କଷ୍ଟମ୍ସ (ଡିଏସ୍‌ଟି)ର ସୁପରିଣ୍ଟେଣ୍ଡେଣ୍ଟ ସୁକାନ୍ତ କୁମାର ରାଉତ ଓ ସ୍ବର୍ଣ୍ଣପ୍ରଭା ରାଉତଙ୍କ ପୁତ୍ର ସୌମ୍ୟରଂଜନ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଛି। ଭବିଷ୍ୟତରେ ସାଧାରଣ ଲୋକଙ୍କ ସେବା କରିବେ ବୋଲି ସଫଳତା ପରେ ସେ କହିଛନ୍ତି। ସୌମ୍ୟରଂଜନଙ୍କ ପରିବାର ଏବେ ପଟିଆସ୍ଥିତ ବିଜୁ ନଗରରେ ରହୁଛନ୍ତି।

ସମ୍ବନ୍ଧିତ ଖବର