ଏସ୍‌ପିଙ୍କୁ କାନ୍ଧରେ ବସାଇ ବିଦାୟ ଦେଲେ

ଭାବବିହ୍ବଳ ହେଲେ ସହକର୍ମୀ

ମାଲକାନଗିରି : ଅନୁଗୁଳ ଏସ୍‌ପି ଭାବେ ବଦଳି ହୋଇଥିବା ଯୁବ ଆଇପିଏସ ଅଧିକାରୀ ଜଗମୋହନ ମୀନାଙ୍କୁ ଆଜି ତାଙ୍କ ସହକର୍ମୀମାନେ ଭାବବିହ୍ବଳ ବିଦାୟ ଦେଇଛନ୍ତି। ବାଜା ବଜାଇ, ବାଣଫୁଟାଇ ଗୋଟିଏ ପ୍ରକାର ଉତ୍ସବର ବାତାବରଣ ସୃଷ୍ଟି କରିଛନ୍ତି। ଏପରିକି କାନ୍ଧରେ ବସାଇ ନାଚି ନାଚି ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୁଲାଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଏସ୍‌ପି ଶ୍ରୀ ମୀନାଙ୍କୁ ଆଜି ବିଦାୟ ଦେବା ପାଇଁ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେତେବେଳେ ସଭାସ୍ଥଳରେ ବିଦାୟକାଳୀନ କାର୍ଯ୍ୟକ୍ରମ ଆରମ୍ଭ ହେଲା, ସମସ୍ତେ କାନ୍ଦି ପକାଇଥିଲେ। କେବଳ ପୁଲିସ ବିଭାଗର ନୁହେଁ ସାଧାରଣ ଜନତାଙ୍କ ଆଖିରେ ମଧ୍ୟ ଲୁହ ଝରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଏସ୍‌ପିଙ୍କୁ କାନ୍ଧରେ ବସି ବିଦାୟ ଦେଇଥିଲେ। ଏହି ସମୟରେ ବାଜା ବଜାଇବା ଏବଂ ବାଣ ଫୁଟାଇବା ବି ଦେଖିବାକୁ ମିଳିଥିଲା।

ଆଜିର ବିଦାୟ ସମ୍ବଦ୍ଧର୍ନା ସବୁଦିନ ତାଙ୍କର ସ୍ମୃତି ହୋଇ ରହିବ ବୋଲି ଶ୍ରୀ ମୀନା କହିଥିଲେ। ସମସ୍ତଙ୍କ ସହ ହାତ ମିଳାଇ ଶେଷରେ ମାଲକାନଗିରି ଛାଡିଥିଲେ।

ସମ୍ବନ୍ଧିତ ଖବର