ଲେଉଟିଲା ଟିଟୋ ଚଢ଼ଉ : ୨ଜଣଙ୍କୁ ଉଠାଇନେଲା ସ୍ବତନ୍ତ୍ର ସ୍କ୍ବାଡ୍‌

କେନ୍ଦ୍ରାପଡ଼ା : କିଛିଦିନର ବ୍ୟବଧାନ ପରେ ସ୍ବତନ୍ତ୍ର ସ୍କ୍ବାଡ ପୁଣିଥରେ ସକ୍ରିୟ ହୋଇଉଠିଛି। ଏସ୍‌ଟିଏଫ୍‌ ଡିଆଇଜି ହିମାଂଶୁ ଲାଲଙ୍କ ବଦଳିପରେ ଟିଟୋ ତଦନ୍ତ ଶିଥିଳ ହୋଇଯିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ମଧ୍ୟ ଅବସାନ ଘଟିଛି। ଆଜି ଟିଟୋ ଗ୍ୟାଙ୍ଗ ସହ ସଂପର୍କ ସନ୍ଦେହରେ ପୁଲିସ୍‌ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇନେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ମୁଖ୍ୟ ବଜାରରୁ ଆଜି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରା ଯାଉଥିଲା। ଏହି ୨ ସନ୍ଦିଗ୍ଧ ଯୁବକ ସେହି ‌େଶାଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ପଟ୍ଟାମୁଣ୍ତାଇର ଜୀବନବୀମା ନିଗମ କାର୍ଯ୍ୟାଳୟ ନିକଟରୁ ଜିଲ୍ଲା ପୁଲିସ୍‌ର ଏକ ସ୍ବତନ୍ତ୍ର ସ୍କ୍ବାଡ ହଠାତ୍‌ ଚଢ଼ାଉ କରି ୨ ଜଣଙ୍କୁ ଉଠାଇନେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଟିଟୋ ଲିଙ୍କ୍‌ରେ ଥିବା ଜାକିର‌୍‌ ଖାଁ ନାମକ ଜଣେ ଯୁବକକୁ ପୂର୍ବରୁ ପୁଲିସ୍‌ ଖୋଜୁଥିଲା। ଏସ୍‌ଟିଏଫ୍‌ ମଧୢ ତାକୁ ଧରିବାକୁ ଜାଲ ବିଛାଇଥିଲା। ଆଜି ଏହି ଦୁଇ ଯୁବକ ବାଇକ୍‌ରେ କଟକରୁ ପୁଣି ଏକ ଅପରାଧ ଘଟାଇବାକୁ ପଟ୍ଟମୁଣ୍ତାଇ ଆଡ଼କୁ ଆସିଥିବାବେଳେ ପୁଲିସ୍‌ ସେମାନଙ୍କ ପିଛା କରିଥିଲା। ଠିକ୍‌ ଜୀବନବୀମା ନିଗମ କାର୍ଯ୍ୟାଳୟ ସାମ୍ନାରେ ପୁଲିସ୍‌ ଜିପ୍‌ ସେମାନଙ୍କ ବାଟ ଓଗାଳି କାବୁ କରି ନେଇଥିଲା। ତେବେ ସ୍ବତନ୍ତ୍ର ସ୍କ୍ବାଡର ଜଣେ ଅଧିକାରୀ ଏହି ଘଟଣାକୁ ଅସ୍ବୀକାର କରି ନଥିଲେ ହେଁ ତଦନ୍ତ ବ୍ୟାହତ ଆଶଙ୍କାରେ କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ। ଏହି ଦୁଇଜଣଙ୍କ ମଧୢରୁ ଡେରାବିଶର ଠାକୁରପାଟଣାରେ ସ˚ଗଠିତ ଏକ ହତ୍ୟା ମାମଲାରେ ଦୀର୍ଘଦିନ ହେବ ଫେରାର ଥିଲା ବୋଲି କୁହାଯାଉଛି। ଅନ୍ୟପଟେ ଏସ୍‌ପି ନୀତି ଶେଖର ଏଭଳି କୌଣସି ଅପରାଧୀଙ୍କ ଗିରଫଦାରୀକୁ ଅସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ ଯେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲ୍ଲୀ ଓ ତାର ପ୍ରାୟ ୨୦ ଜଣ ସହଯୋଗୀ ଏବେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଟିଟୋର ଅନ୍ୟ ୪ ଅଭିଯୁକ୍ତ ଭାଇ ଫେରାର ଅଛନ୍ତି । କିନ୍ତୁ ପ୍ରାୟ ଦୁଇ ମାସ ହେଲା ଏସ୍‌ଟିଏଫ୍‌ କିମ୍ବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ନାହିଁ । ବର˚ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟିଟୋର ପେଟ୍ରୋଲ ପମ୍ପ୍‌ ସମେତ ବେନଜିର‌୍‌ ଇନ୍‌ଫ୍ରା, ମୋବାଇଲ୍‌ ଦୋକାନ, ଗାର୍ମେଟ୍‌ ଦୋକାନ ପ୍ରଭୃତି ବ୍ୟବସାୟ ପ୍ରତିଷ୍ଠାନକୁ ପୁଲିସ୍‌ ଫୋର୍ସ ତମ୍ବୁ ପକାଇ ଜଗି ରହିଛନ୍ତି।

ସମ୍ବନ୍ଧିତ ଖବର