ବିଧାସଭାରେ ମହାନଦୀ ତାତି: ଗୃହ ଅପରାହ୍ଣ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ନେଇ ଆଜି ରାଜ୍ୟ ବିଧାନସଭା ବେଶ ଗରମ ହୋଇଛି। ଆଜି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା କାର୍ଯ୍ୟ ଆରମ୍ଭ ମାତ୍ରେ ଶାସକ ଦଳର ବିଧାୟକମାନେ ମହାନଦୀ ପ୍ରସଙ୍ଗ ନେଇ ହୋ ହଲ୍ଲା କରିଥିଲେ। କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡ଼ର ବିଜେପି ସରକାର ଓଡ଼ିଶାର ହକ୍‌କୁ ଅପହରଣ କରିବକୁ ଉଦ୍ୟମ କରୁଛନ୍ତି ବୋଲି ଶାସକଦଳ ବିଧାୟକମାନେ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏହି ହୋ ହଲ୍ଲା ଯୋଗୁଁ ବିଧାନସଭା ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତିି ପ୍ରଦୀପ ଅମାତ ବିଧାନସଭାକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ରଖିଛନ୍ତି। ଏହି ପ୍ରସଙ୍ଗ ନେଇ ଶାସକ ବିଜେଡି ଦଳର ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବସି ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର