ଭୁବନେଶ୍ୱର: ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶରେ ଘର ଛାଡ଼ିବାକୁ ନୋଟିସ୍ ଜାରି କରାଯାଇଛି । ସୋମବାର ବାଚସ୍ପତି କହିଛନ୍ତି ଯେ, ବହୁ ପୂର୍ବତନ ବିଧାୟକ ସରକାରୀ ଘର ମାଡ଼ି ବସିଥିବାରୁ ନୂତନ ବିଧାୟକମାନଙ୍କୁ ଘର ଦିଆଯାଇପାରୁନାହିଁ । ତେଣୁ ପୂର୍ବତନ ବିଧାୟକମାନଙ୍କ ଘରଛାଡ଼ିବା ଆବଶ୍ୟକ ହୋଇ ଉଠିଛି। ଏଥିଲାଗି ବାଚସ୍ପତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୂର୍ବତନ ବିଧାୟକଙ୍କ କ୍ୱାର୍ଟରରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ତାଲିକାରେ ବିଭିନ୍ନ ଦଳର ୨୬ ପୂର୍ବତନ ବିଧାୟକ ରହିଛନ୍ତି। ଜାରି ତାଲିକାରେ ଝିନ୍ନ ହିକ୍କକା, ସରୋଜିନୀ ହେମ୍ବ୍ରମ, ବସନ୍ତ ପଣ୍ଡା, ସଞ୍ଜୀବ ସାହୁ, ସରୋଜ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, କିଶୋର ତରାଇ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାୟକ, ନୀତେଶ ଗଙ୍ଗଦେବ, ନନ୍ଦିନୀ ଦେବୀ, ମହେଶ ସାହୁ, ଦାମୋଦର ରାଉତ, ଦେବାଶିଷ ନାୟକ,ସାନନ୍ଦ ମାର୍ଣ୍ଡି, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଗୋଲକ ବିହାରୀ ନାୟକ, ବିଜୟଶ୍ରୀ ରାଉତରାୟ, ଧନେଶ୍ବର ମାଝୀ, ବିଭୂତିଭୂଷଣ ହରିଚନ୍ଦନ, ପ୍ରଭାତ ତ୍ରିପାଠୀ, ଭୂଜବଳ ମାଝୀ, ଓ ଯୁଗଳ କିଶୋର ପଟ୍ଟନାୟକ ଓସ୍ବର୍ଗତ ସୁବଳ ସାହୁ, ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନାମ ରହିଛି।
ଅନ୍ୟପକ୍ଷରେ ବିଧାନସଭା ଅଟ୍ଟାଳିକାର ପୁର୍ନବିନ୍ୟାସ ଲାଗି ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ଗୃହର ବାହାର ପାର୍ଶ୍ବ ଆଲୋକମାଳାରେ ସଜ୍ଜିିତ ହେବା ସହ ଏହାର ପରିସରରେ ୱାଇଫାଇ ବ୍ୟବସ୍ଥା ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/surya-narayan-patra.jpg)