ଭୁବନେଶ୍ବର: ସୋମବାର ବିଧାନସଭାରେ ଶୂନ୍ୟକାଳରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଂଚଳର ଜଣେ ଦଳିତ ଯୁବତୀଙ୍କୁ ବାପା-ମାଙ୍କ ସାମ୍ନାରେ ଦୁଷ୍କର୍ମ ଓ ଏହାପରେ ତାଙ୍କର ଆତ୍ମହତ୍ୟା ଘଟଣା ଉଠିବା ପରେ ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ଓ ବିଜେପି ସଦସ୍ୟ । ଏଥିସହ ଘଟଣା ଉପରେ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ ବିରୋଧୀ ଦଳ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିବା ପରେ ଅପରାହ୍ଣରେ ମଧ୍ୟ ଏହି ଦାବି ଦେହରାଇଥିଲେ ବିରୋଧୀ ସଦସ୍ୟ। ଏହାପରେ ବାଚସ୍ପତି ରୁଲିଂ ଦେଇ ସରକାରଙ୍କୁ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ନାଉଗାଁ ବ୍ଲକ ଅଂଚଳର ଦୀପକ ବେହେରା ନାମକ ଜଣେ ମାଂସ କଟାଳି ସଂପୃକ୍ତ ଝିଅକୁ ଭୟଭୀତ କରାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ପ୍ରତିବାଦ କଲେ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ସଂପୃକ୍ତ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ଦାବି କରିଥିଲେ ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ପ୍ରଥମେ ଗୃହକୁ ୨୦ ମିନିଟ୍ ଓ ପରେ ୧୦ ମିନିଟ ମୁଲତବୀ ଘୋଷଣା କରାଯାଇଥିଲା । ଶେଷରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/surya-narayan-patra.jpg)