ମଦ୍ୟପ ଚାଳକ ସାବଧାନ!, ଟୋଲ୍‌ଗେଟ୍‌ରେ ବି ହେବ ତଦାରଖ, ନିୟମ ବିରୋଧରେ ଗଲେ ନିଶାଡ଼ି ଚାଳକ ହେବେ ଗିରଫ

ଭୁବନେଶ୍ୱର: ନୂତନ ଆଇନ ଲାଗୁ ହେବା ପରେ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଏଣିକି ସବୁ ଟୋଲ୍‌ଗେଟ୍‌ରେ ମଦ୍ୟପ ଯାନବାହନ ଚାଳକଙ୍କୁ ତଦାରଖ କରିବ। ରାଜପଥ ବ୍ୟତୀତ ଅନ୍ୟାନ୍ୟ ରାସ୍ତାରେ ଥିବା ଟୋଲଗେଟ୍‌ରେ ତଦାରଖ କରିବ। ନିୟମ ବିରୋଧରେ ଥିଲେ ନିଶାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ। ଗିରଫ ହେବାର ୨ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ଦ୍ୱାରା ଉକ୍ତ ପରୀକ୍ଷା ହେବ। ମହିଳା ଡାକ୍ତରଙ୍କ ଦ୍ୱାରା ମହିଳା ଚାଳକଙ୍କ ରକ୍ତ ପରୀକ୍ଷା କରାଯିବ। କାର୍ଯ୍ୟାନୁଷ୍ଠାନ ବେଳେ ଆଇନର ନିର୍ଦ୍ଦିଷ୍ଟ ଧାରା ଅନୁସରଣ ଲାଗି ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର